୨୪ ଘଣ୍ଟାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୩୮୦

ନୂଆଦିଲ୍ଲୀ: କରୋନାରେ ପ୍ରତିଦିନ ଯାଉଛି ଅନେକଙ୍କ ଜୀବନ । ଦେଶରେ କରୋନା ସଂକ୍ରମିତଙ୍କ ସହ ମୃତ୍ୟୁସଂଖ୍ୟା କମିବାରେ ଲାଗିଛି । ତେବେ ୨୪ ଘଣ୍ଟାରେ ୩୩୮୦ଙ୍କ ଜୀବନ ନେଇଛି ମହାମାରୀ କରୋନା । ୨୪ ଘଣ୍ଟାରେ ୧,୨୦,୫୨୯ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୩,୩୮୦ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୨,୮୬,୯୪,୮୭୯ ଓ ମୃତ୍ୟୁସଂଖ୍ୟା ୩,୪୪,୦୮୨ରେ ପହଞ୍ଚିଛି।
ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୧,୯୭,୮୯୪ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୨,୬୭,୯୫,୫୪୯ରେ ପହଞ୍ଚିଛି । ଏହା ବ୍ୟତିରେକେ, ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୫,୫୫,୨୪୮ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨୨,୭୮,୬୦,୩୧୭ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

seventeen + six =