ଆମେରିକା ରାଷ୍ଟ୍ରପତିଙ୍କୁ ଦୁଇବର୍ଷ ବାସନ୍ଦ କଲା ଫେସବୁକ୍‌

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋଲାନଡ ଟ୍ରମ୍ପଙ୍କୁ ବ୍ୟାନ କରିଛି ଫେସବୁକ୍ । ତାଙ୍କୁ ଦୁଇବର୍ଷ ଲାଗି ବ୍ୟାନ କରିଛିଫେସବୁକ୍ । ଶୁକ୍ରବାର ଏହି ନିଷ୍ପତି ପରେ ଚର୍ଚ୍ଚା ଜୋର ଧରିଛି । ଟମ୍ପଙ୍କ ସମର୍ଥକମାନେ ଆମେରିକାରେ କରିଥିବା ବର୍ବର ଆକ୍ରମଣ ପାଇଁ ଟ୍ରମ୍ପଙ୍କ ବିରୁଦ୍ଧରେ ସର୍ବାଧିକ ଦଣ୍ଡବିଧାନ କରାଯିବା ଉଚିତ। ଏହି ଦୁଇବର୍ଷ ନିଷେଧାଦେଶ ଜାନୁଆରୀ ୭ରୁ ଲାଗୁ ହେବ, ଯେଉଁଦିନ ଟ୍ରମ୍ପଙ୍କ ସମର୍ଥକମାନେ କ୍ୟାପିଟଲରେ ଭୟଙ୍କର ହିଂସାକାଣ୍ଡ ଘଟାଇଥିଲେ। ଫେସବୁକ ଏହା ମଧ୍ୟ କହିଛି ଯେ ଟ୍ରମ୍ପଙ୍କ କାର୍ଯ୍ୟକଳାପ ଆମ ନିୟମର ଗୁରୁତର ଉଲ୍ଲଂଘନ କରିଛି ଏବଂ ସେଥିପାଇଁ ନୂଆ ପ୍ରବର୍ତ୍ତନ ନିୟମାବଳୀ ଅନୁଯାୟୀ ସେ ସର୍ବାଧିକ ଦଣ୍ଡ ପାଇବାକୁ ଯୋଗ୍ୟ।

Share

Leave a Reply

Your email address will not be published. Required fields are marked *

six + 20 =