ରାଜ୍ୟରେ କରୋନାରେ ଗଲା ୪୨ ଜଣଙ୍କ ଜୀବନ

ଭୁବନେଶ୍ୱର: ରାଜ୍ୟରେ ୨୪ ଗଣ୍ଟା ମଧ୍ୟରେ ୪୨ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ସେପଟେ ଦିନକରେ ଚିହ୍ନଟ ହୋଇଛନ୍ତି ୮୮୩୯ ନୂଆ ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ ୪୯୪୮ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୩୮୯୧ଟି ହେଉଛି ଲୋକାଲ୍ କେସ୍। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୩୫ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୬୯, ମୟୂରଭଞ୍ଜରୁ ୫୮୩, ଢେଙ୍କାନାଳରୁ ୫୧୦, ଯାଜପୁରରୁ ୪୯୩ ଓ ପୁରୀ ଜିଲ୍ଲାରୁ ୪୩୮ ଜଣ ଚିହ୍ନଟ ହୋଇଛନ୍ତି।

ଅନୁଗୋଳ ଜିଲ୍ଲାରୁ ୪୧୪ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩୯୫, ବରଗଡ଼ରୁ ୧୯୩, ଭଦ୍ରକରୁ ୪୧୯, ବଲାଙ୍ଗିରରୁ ୮୯, ବୌଦ୍ଧରୁ ୧୭୯, ଦେବଗଡ଼ରୁ ୮୪, ଗଜପତିରୁ ୫୨, ଗଞ୍ଜାମରୁ ୧୯୬, ଜଗତସିଂହପୁରରୁ ୧୨୧, କଳାହାଣ୍ଡିରୁ ୧୪୫, କନ୍ଧମାଳରୁ ୫୮, କେନ୍ଦ୍ରାପଡ଼ାରୁ ୩୦୨, କେନ୍ଦୁଝରରୁ ୧୮୮, କୋରାପୁଟରୁ ୯୯, ମାଲକାନଗିରିରୁ ୮୫, ନବରଙ୍ଗପୁରରୁ ୧୨୯, ନୟାଗଡ଼ରୁ ୨୪୬, ନୂଆପଡ଼ାରୁ ୩୪, ରାୟଗଡ଼ାରୁ ୨୧୬, ସମ୍ବଲପୁରରୁ ୧୯୪, ସୋନପୁରରୁ ୧୧୮ ଓ ସୁନ୍ଦରଗଡ଼ରୁ ୩୩୮ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ ପୁଲ୍ରୁ ୨୦୦ ଜଣ ଚିହ୍ନଟ ହୋଇଛନ୍ତି।

Share

Leave a Reply

Your email address will not be published. Required fields are marked *

15 − eight =