ଖରାରୁ ବଞ୍ଚିବା ପାଇଁ ବ୍ୟବହାର କରୁଛନ୍ତି କି ଷ୍ଟୋଲ୍ ? ସାବଧାନ …

ଆଜିକାଲି ଏହି ଫ୍ୟାସନ ଯୁଗରେ ସମସ୍ତେ ସୁନ୍ଦର ଏବଂ ଷ୍ଟାଇଲିସ୍ ହେବାକୁ ପସନ୍ଦ କରନ୍ତି। କିନ୍ତୁ ଋତୁ ପରିବର୍ତ୍ତନ ହେବା ସହ ଡ୍ରେସିଙ୍ଗ୍ ଷ୍ଟାଇଲ୍ ଏବଂ ତ୍ବଚାର ମଧ୍ୟ ଯତ୍ନ ନେବା ଅତ୍ୟନ୍ତ ଜରୁରୀ। ଏବେ ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଗଲାଣି। ଏହି ଋତୁରେ ଅଧିକାଂଶ ଝିଅମାନେ ଆରାମଦାୟକ ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି। ଏହା ଛଡ଼ା ଖରାଦିନେ ଝିଅମାନେ ଖରା ଦାଉରୁ ରକ୍ଷା ପାଇବା ପାଇଁ ଷ୍ଟୋଲ୍ କିମ୍ବା ସ୍କାର୍ପରେ ନିଜ ମୁହଁକୁ ଘୋଡ଼ାଇ ଦେଇଥାଆନ୍ତି।

ଝିଅମାନେ ଭାବିଥାଆନ୍ତି ଷ୍ଟୋଲ୍ କିମ୍ବା ସ୍କାର୍ପରେ ନିଜ ମୁହଁକୁ ଘୋଡ଼ାଇବା ଦ୍ବାରା ପ୍ରଦୂଷଣ ଏବଂ ସୂର୍ୟ୍ୟଙ୍କ ପ୍ରଖର ତାପରୁ ରକ୍ଷା ମିଳିଥାଏ। କେତେକ ତ୍ବଚା ବିଶେଷଜ୍ଞଙ୍କ ମତରେ ଷ୍ଟୋଲ୍ କିମ୍ବା ସ୍କାର୍ପରେ ନିଜ ମୁହଁକୁ ଘୋଡ଼ାଇବା ଦ୍ବାରା ସନଟ୍ୟାନରୁ ତ ରକ୍ଷା ମିଳିଥାଏ କିନ୍ତୁ ଏହାଦ୍ବାରା ଅନ୍ୟ ଜୀବାଣୁ ମାନେ ତ୍ବଚାକୁ ଘେରି ଯାଆନ୍ତି। ଯାହା ଫଳରେ ବ୍ରଣ ସମସ୍ୟା ଦେଖାଯାଇଥାଏ।

ଏଥିପାଇଁ କେତେକ ଝିଅମାନଙ୍କଠାରେ ପିଗମେଣ୍ଟେସନ୍ ସମସ୍ୟା ଦେଖାଯାଇଥାଏ । କାରଣ ତାଙ୍କ ତ୍ବଚାରେ ଏହି କପଡ଼ା ବାରମ୍ବାର ସ୍ପର୍ଶ ହୋଇଥାଏ। ଏହା ଛଡ଼ା ଷ୍ଟୋଲ୍ କିମ୍ବା ସ୍କାର୍ପରେ ତ୍ବଚା ଘୋଡ଼ାଇବା ଦ୍ବାରା ତ୍ବଚାରେ ବୋହୁଥିବା ଝାଳ ଠିକଭାବେ ଶୁଖିପାରିନଥାଏ। ଯାହା ଫଳରେ ସଂକ୍ରମଣ ହେବାର ଆଶଙ୍କା ଥାଏ। ତ୍ବଚାରେ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଏ।

Share

Leave a Reply

Your email address will not be published. Required fields are marked *

eighteen − 2 =