ବଦଳିବେ ୧୫ ଜିଲ୍ଲା ସଭାପତି

ସଭାପତି ଦାୟିତ୍ୱ ନେବାର ପରେ ନିରଞ୍ଜନ ପଟ୍ଟନାୟକ ଜିଲ୍ଲା ସ୍ତରରେ ସାଙ୍ଗଠନିକ ପୂର୍ନବିନ୍ୟାସ କାମ ଆରମ୍ଭ କରିଛନ୍ତି । ତିନୋଟି ଜୋନ ଦାୟିତ୍ୱରେ ଥିବା ତିନି ଜଣ କାର୍ଯ୍ୟକାରୀ ସଭାପତିଙ୍କ ରିପୋର୍ଟ ଆଧାରରେ ୧୫ଟି ଜିଲ୍ଲାର ସଭାପତିଙ୍କୁ ପରିବର୍ତ୍ତନ କରାଯିବ । ପରବର୍ତ୍ତି ସମୟରେ ବ୍ଲକ କମିଟିର ପୁର୍ନଗଠନ କରାଯିବ । ୨୦୧୯ ସାଧାରଣ ନିର୍ବାଚନକୁ ଓହ୍ଲାଇବା ପୂର୍ବରୁ ଦଳୀୟ ସଂଗଠନର ପୁର୍ନବିନ୍ୟାସ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ସଂଗଠନର ପୂର୍ନବିନ୍ୟାସ ହେବ । ଯେଉଁ ସବୁ ଜିଲ୍ଲାରେ ସଭାପତିମାନେ ଏକ ପ୍ରକାର ନିଷ୍କ୍ରିୟ ହୋଇପଡିଥିଲେ କିମ୍ବା ସାଂଗଠନିକ କାର୍ଯ୍ୟ ଠପ ହୋଇଯାଇଥିଲା, ସେହିସବୁ ଜିଲ୍ଲାରୁ ପରିବର୍ତ୍ତନର ଶୁଭାରମ୍ଭ ହେବ । କେବଳ ଜଗତସିଂହପୁର ଜିଲ୍ଲାକୁ ବାଦ ଦେଲେ ଅନ୍ୟ ୩୨ଟି ସାଂଗଠନିକ ଜିଲ୍ଲାର ସମୀକ୍ଷା ସାରିଛନ୍ତି ଜୋନ ଦାୟିତ୍ୱରେ ଥିବା କାର୍ଯ୍ୟକାରୀ ସଭାପତିମାନେ । ନୂଆ ସଭାପତିଙ୍କ ତାଲିକା ଚୁଡାନ୍ତ ହୋଇସାରିଥିଲେ ବି ରାହୁଲ ଗାନ୍ଧୀଙ୍କ ମୋହର ବାଜିବାକୁ ବାକି ଅଛି । ଆସନ୍ତା ୭ ତାରିଖରେ ପିସିସି କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଯାଉଥିବା ମିଶ୍ରଣ ପର୍ବରେ ଯୋଗଦେବା ପାଇଁ କଂଗ୍ରେସର ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ସମେତ ସହ ପ୍ରଭାରୀମାନେ ୫ ଦିନିଆ ଓଡ଼ିଶା ଗସ୍ତରେ ଆସି ଆସନ୍ତାକାଲି ଏଠାରେ ପହଂଚିବେ ।
୫ ତାରିଖ ଦିନ ଗଜପତି ଜିଲ୍ଲା ଗସ୍ତ କରିବେ । ୬ ତାରିଖ ଦିନ ଦଳର ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ପତ୍ନୀଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ଯୋଗଦେବେ । ୭ ତାରିଖ ଦିନ କଟକରେ କଂଗ୍ରେସ ପକ୍ଷରୁ ଆୟୋଜିତ ଇଫତାର ପାର୍ଟିରେ ଯୋଗଦେବେ ଏବଂ ରାତିରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ବୋଲି ପିସିସି କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି । ମିଶ୍ରଣ ପର୍ବ ଦିନ ତୃଣମୂଳ କଂଗ୍ରେସ ଓଡ଼ିଶା ଶାଖାର ଆବାହକ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଏବଂ ବିଜେଡ଼ିର ଅନ୍ୟତମ
ବରିଷ୍ଠ ନେତ୍ରୀ ସରସ୍ୱତୀ ହେମ୍ବ୍ରମ କଂଗ୍ରେସ ଦଳରେ ଯୋଗଦେବେ । ଅନ୍ୟପକ୍ଷରେ ଏଆଇସିସିର ସଭାପତି ରାହୁଳ ଗାନ୍ଧୀଙ୍କ ଡକରା ପାଇ ପିସିସି ସଭାପତିଙ୍କ ସମେତ ସମସ୍ତ କାର୍ଯ୍ୟକାରୀ ସଭାପତି ୮ ତାରିଖ ଦିନ ଦିଲ୍ଲୀ ଗସ୍ତ କରିବେ । ୯ ତାରିଖ ଦିନ ଶ୍ରୀ ଗାନ୍ଧୀ ଦଳୀୟ ସଂଗଠନ ସମ୍ପର୍କରେ ବିଷଦ ଭାବେ ଆଲୋଚନା କରିବେ । ଦଳର ରାଜ୍ୟ କର୍ମକର୍ତ୍ତା, ଜିଲ୍ଲା କର୍ମକର୍ତା ମନୋନୟନ କରିବେ ବୋଲି ଜଣାପଡ଼ିଛି । ପରବର୍ତ୍ତି ସମୟରେ ବ୍ଲକ ପିସିସି କମିଟିର ପୁର୍ନବିନ୍ୟାସ ହେବା ଜିଲ୍ଲା ଓ ବ୍ଲକ କମିଟି ପରେ ତିନୋଟି ଯାକ ଛାମୁଆ ସଂଗଠନର ମଧ୍ୟ ପୁର୍ନବିନ୍ୟାସ ହେବ । ଆଗକୁ ପୌର ନିର୍ବାଚନ ଏବଂ ଆଉ ଛଅ ମାସ ମଧ୍ୟରେ ସାଧାରଣ ନିର୍ବାଚନ । ତେଣୁ ତା ପୂର୍ବରୁ ନିରଂଜନ ନିଜ ଟିମକୁ ଶକ୍ତିଶାଳୀ କରିବା ସହ କ୍ରିୟାଶିଳ କରୁଛନ୍ତି । ସୂଚନା ମୁତାବକ ଏୟାରକ୍ରାଫ୍ଟ ପାଇଁ ସନ୍ଧ୍ୟା ପ୍ରାୟ ୪ଟା ୪୪ ମିନିଟରେ ଅ ।ଲରାମ ବଜାଯାଇଥିଲା ଏବଂ ଏୟାରକ୍ରାଫ୍ଟ ପାଇଲଟ ମରିସସ ଏଟିସି ସହ ୪ଟା ୫୮ ମିନିଟରେ ସଂପର୍କ କରିଥିଲା । ଏହା ପରେ ଯାଇ ବିମାନ କର୍ମ·ରୀଙ୍କ ଶରୀରରେ ଜୀବନ ଅ।ସିଥିଲା । ଏଟିସିର ଜଣେ ଅଧିକାରୀ କହିଛନ୍ତି ଯେ ଅନିୟମିତ ଭିଏଚଏଫ କମ୍ୟୁନିକେସନ କାରଣରୁ ସମୁଦ୍ର ଇଲାକାରେ ଏହି ଧରଣର ସମସ୍ୟା ସର୍ବଦା ହୋଇଥାଏ । ସେ କହିଛନ୍ତି ଯେ ବେଳେ ବେଳେ ପାଇଲଟ ମରିସସ ଇଲାକାର ସଂପର୍କ କରିବାରେ ବିଫଳ ହୋଇଥାନ୍ତି ଏବଂ କେବେ କେବେ ଭୁଲି ମଧ୍ୟ ଯାଅ।ନ୍ତି ।

Share

Leave a Reply

Your email address will not be published. Required fields are marked *

eleven − 3 =