ବିଜୟଶ୍ରୀଙ୍କୁ ଗାର୍ଡ଼ ଅଫ ଅନର

ଭୁବନେଶ୍ୱର: ବିଦାୟ ବିଜୟଶ୍ରୀ । ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କୁ ବିଧାନସଭା ପରିସରରେ ଗାର୍ଡ ଅଫ ଅନର ଦିଆଯାଇଛି । ଗତକାଲି ତାଙ୍କର ବିୟୋଗ ହୋଇଥିଲା । । ବାତସ୍ପତି ସୂର‌୍ୟ୍ୟ ନାରାୟଣ ପାତ୍ର, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ସମେତ ବହୁ ନେତା ଓ କର୍ମୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହା ପରେ ତାଙ୍କ ମରଶରୀରକୁ ଜନ୍ମମାଟି ଭଦ୍ରକ ଜିଲ୍ଲା ବାସୁଦେବପୁରକୁ ନିଆଯ଼ାଉଛି । ସେଠାରେ ତାଙ୍କ ମରଶରୀରକୁ ସାରାଧଣ ଲୋକଙ୍କ ଶେଷ ଦର୍ଶନ ପାଇଁ ରଖାଯ଼ିବ ।

ଗତକାଲି ବିଜୟଶ୍ରୀଙ୍କ ବିୟୋଗ ଘଟିଛି । ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ତେବେ ପରବର୍ତ୍ତୀ ସମୟରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ରାଜ୍ୟ ରାଜନୀତିରେ ଶୋକର ଛାୟା ଖେଳିଯାଇଛି ।

Share

Leave a Reply

Your email address will not be published. Required fields are marked *

nine − three =