ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ନୀତି

ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭଉଁରୀ ନୀତି ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣା ମଧ୍ୟରେ ଚାଲିଛି ଭଉଁରୀ ନୀତି । ରଥ ସଂହିତା ମୁତାବକ ରଥଖଳାରେ ହେବ ନାହାକା, ଚକଅଖ ଡେରା ନୀତି । ଏଥିପାଇଁ ତିନି ରଥର ତିନୋଟି ନାହାକା ଅଖ ଓ ଛଅଟି ଚକକୁ ପ୍ରସ୍ତୁତ କରାଯାଇଛି । ସକାଳଧୂପ ସରିବା ପରେ ଶ୍ରୀମନ୍ଦିରରୁ ବାହାରିଛି ଆଜ୍ଞାମାଳ । ରଥଖଳାକୁ ଏହା ବିଜେ କରିବା ପରେ ଆରମ୍ଭ ହେବ ଭଉଁରୀ ନୀତି ।

ପ୍ରଥମେ ଚକଡେରା ନୀତି ହେବ । ତାଳଧ୍ୱଜ, ତାପରେ ନନ୍ଦିଘୋଷ ଏବଂ ଶେଷରେ ଦର୍ପଦଳନ ରଥରେ ଅଖଚକ ସଂଯୋଗ ନୀତି କରାଯିବ । ଭଉଁରୀ ଓ ଦେବସ୍ନାନ ପୂର୍ଣ୍ଣମାକୁ ନେଇ ଜଗନ୍ନାଥ ମନ୍ଦିର ପ୍ରଶାସନ ତତ୍ପର ହୋଇଛି । ସେପଟେ ପହଁଚିଛି ରଥ ଦଉଡି ।

Share

Leave a Reply

Your email address will not be published. Required fields are marked *

2 + 6 =