ଜଳ ମାନ ପରୀକ୍ଷା ପାଇଁ ଅଭାବ ନମୁନା କେନ୍ଦ

ରାଜ୍ୟ ସରକାର ପାନୀୟ ଜଳ ଯୋଗାଣକୁ ସର୍ବାଧିକ ଗୁରୁତ୍ବ ଦେଉଥିବା କହୁଥିଲେ ବି ଏଦିଗରେ ଟାର୍ଗେଟ ପୂରଣରେ ବିଫଳ ହୋଇଛନ୍ତି । ୨୦୧୭ ସୁଦ୍ଧା ୩୫ ପ୍ରତିଶତ ପରିବାରକୁ ଜଳ ଯୋଗାଣ ଲକ୍ଷ୍ୟ ରଖାଯାଇଥିବା ବେଳେ ମାତ୍ର ୩.୭୦ ପ୍ରତିଶତ ପରିବାରକୁ ଜଳଯୋଗାଣ ପାଇଁ ସକ୍ଷମ ହୋଇଛନ୍ତି ରାଜ୍ୟ ସରକାର । ଭୂପୃଷ୍ଠ ଜଳ ଆଧାରିତ ପାଇପ ଯୋଗେ ଜଳ ଯୋଗାଣକୁ ସର୍ବାଧିକ ଗୁରୁତ୍ବ ଦେବାକୁ ଘୋଷଣା କରାଯାଇଥିଲା । କିନ୍ତୁ ନିର୍ଦ୍ଧାରିତ ସମୟ ମଧ୍ୟରେ ୧୫ହାର ୩୫୭ଟି ପାଇପ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟରୁ ୧, ୪୭୧ ଅର୍ଥାତ ୯.୫୮ ପ୍ରତିଶତ ପ୍ରକଳ୍ପ ସମ୍ପୁର୍ଣ୍ଣ ହୋଇଛି । ସେହିଭଳି ପାନୀୟ ଜଳର ମାନ ନିର୍ଦ୍ଧାରଣ ପାଇଁ ୩୧୭ଟି ନମୂନା ପରୀକ୍ଷା କେନ୍ଦ୍ରର ଆବଶ୍ୟକତା ଥିବା ବେଳେ ମାତ୍ର ୭୭ଟି ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା ହୋଇଛି ବୋଲି ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇ ଦର୍ଶାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

nine + 13 =