ଆଜି ପୁରୀ ଆସୁଛନ୍ତି ଆମିକସକ୍ୟୁରି

ଆଜି ପୁରୀରେ ଆସୁଛନ୍ତି ଆମିକସ କ୍ୟୁରୀ । ଶ୍ରୀମନ୍ଦିର ସଂସ୍କାରକୁ ନେଇ ମାନ୍ୟବର ସୁପ୍ରିମକୋର୍ଟ ଦେଇଥିବା ୧୨ଟି ସର୍ତ୍ତାବଳୀ କେତେଦୁର ଲାଗୁ କରାଯାଇଛି ତାର ସମୀକ୍ଷା କରିବେ ଆମିକସ କ୍ୟୁରୀ । ତାଙ୍କର ଦୁଇ ଦିନିଆ ଗସ୍ତରେ ଶ୍ରୀମନ୍ଦିର ସଂପର୍କିତ ସମସ୍ତ ତଥ୍ୟ ସଂଗ୍ରହ କରିବା ସହ ଜଗତଗୁରୁ ଶଙ୍କରାଚାର୍ଯ୍ୟ, ପୁରୀ ଗଜପତି ମହାରାଜ, ଶ୍ରୀମନ୍ଦିର ପ୍ରଶାସକ, ସେବାୟତ ଓ ବିଭିନ୍ନ ନିୟୋଗଙ୍କ ସହିତ ସବିଶେଷ ଆଲୋଚନା କରିବେ । ସେହିପରି ଅନ୍ୟାନ୍ୟ ବୁଦ୍ଧିଜୀବିଙ୍କ ପରାମର୍ଶ ନେବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ଆମିକସ୍‌କ୍ୟୁରୀ ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ଦେବେ ବୋଲି ସୂଚନା ରହିଛି ।

 

Share

Leave a Reply

Your email address will not be published. Required fields are marked *

thirteen − 12 =