କରୋନା ଯୋଦ୍ଧାଙ୍କ ତ୍ୟାଗ ଓ ସାହସକୁ ଉଚ୍ଚ ପ୍ରଶଂସା

ଭୁବନେଶ୍ୱର() ଆଜି କରୋନା ସଂକ୍ରମିତ ସରପଞ୍ଚ ଓ ଆଶା କର୍ମୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଫୋନ୍ ଯୋଗେ ସଂକ୍ରମିତ ଅଙ୍ଗନବାଡ଼ି କର୍ମୀଙ୍କ ସହ ବି କଥା ହୋଇଛନ୍ତି । ଏହାସହ କରୋନା ଯୋଦ୍ଧାଙ୍କ ତ୍ୟାଗ ଓ ସାହସକୁ ଉଚ୍ଚ ପ୍ରଶଂସା କରିଛନ୍ତି । ସେମାନଙ୍କର ତ୍ୟାଗ ଓ ଉତ୍ସର୍ଗୀକୃଢତ ସେବା ନେଇ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । କରୋନା ରୋଗୀଙ୍କ ସେବା କରୁକରୁ ଯେଉ ସରପଞ୍ଚ, ଆଶା ଓ ଅଙ୍ଗନଓ୍ବାଡି କର୍ମୀ କରୋନାରେ ଆକ୍ରାନ୍ତ ହୋଇପଡିଛନ୍ତି ସେମାନଙ୍କ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସେପଟେ ଆସନ୍ତାକାଲି ନବୀନ ସରକାରଙ୍କ ପଞ୍ଚମ ପାଳିର ପ୍ରଥମ ବର୍ଷ ପୂର୍ତ୍ତି । ମନ୍ତ୍ରୀଙ୍କଠାରୁ ବର୍ଷକର ହିସାବ ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ଦିନ ୧୧ଟା ୪୫ରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ । ଏହାପରେ ଦିନ ୧୨ଟା ୧୫ରେ ରାଜ୍ୟ ମନ୍ତ୍ରିପରିଷଦ ବୈଠକ ବସିବ ବୋଲି ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

twenty − 2 =