ଛୁଆକୁ ମାରି ସାବତ ମା’ର ଆତ୍ମହତ୍ୟା ଘଟଣା, ଗିରଫ ସ୍ବାମୀକୁ ଆଜି କରାଯିବ କୋର୍ଟ ଚାଲାଣ

କଟକ ଶ୍ରୀରାମନଗରର ଦୁଇ ବର୍ଷର ଶିଶୁ ପୁତ୍ରକୁ ମାରି ସାବତ ମା’ର ଆତ୍ମହତ୍ୟା ଘଟଣା । ମୃତ ମହିଳା ଶିଳ୍ପୀଙ୍କ ସ୍ବାମୀ ସନ୍ତୋଷ ଖୁଣ୍ଟିଆଙ୍କୁ ଗିରଫ କରିଛି ପୋଲିସ । ଆଜି ସନ୍ତୋଷଙ୍କୁ କୋର୍ଟ ଚାଲାଣ କରାଯିବ । ଗତକାଲି କଟକ ଶ୍ରୀରାମନଗରରେ ଥିବା ଭଡା ଘରୁ ୨ ବର୍ଷର ଶିଶୁ ପୁତ୍ର ଶିବାଂଶ ଓ ସାବତ ମା’ ଶିଳ୍ପୀ ଖୁଣ୍ଟିଆଙ୍କ ମୃତଦେହ ମିଳିଥିଲା ।

ସ୍ବାମୀ ଓ ଶାଶୁ ଘର ଲୋକଙ୍କ ମାନସିକ ଓ ଶାରୀରିକ ନିର୍ଯାତନା ସହି ନପାରି ଶିଳ୍ପୀ ଏପରି ଚରମ ପଦକ୍ଷେପ ନେଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି । ତେଣୁ ପୋଲିସ ସ୍ବାମୀ ସନ୍ତୋଷଙ୍କୁ ଗିରଫ କରିଛି ପୋଲିସ । ଅନ୍ୟପଟେ ଉଭୟ ପରିବାର ପକ୍ଷରୁ ମଧୁପଟଣା ଥାନାରେ ଦୁଇଟି ଲିଖିତ ଏତଲା ଦିଆଯାଇଛି । ପୋଲିସ ଏତଲାକୁ ଗ୍ରହଣ କରି ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ।

ଏସସିବିରେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି । ହେଲେ ଶିଳ୍ପୀଙ୍କ ଶାଶୁ ଘର ଲୋକ ଶିଳ୍ପୀଙ୍କ ମୃତଦେହ ନେଇନଥିଲେ । କେବଳ ଶିଶୁ ପୁତ୍ରର ମୃତଦେହକୁ ନେଇ ସାଲେପୁର ଚାଲି ଯାଇଥିଲେ । ପୁରୀ ସ୍ବର୍ଗ ଦ୍ବାରରେ ଶିଳ୍ପୀଙ୍କ ଅନ୍ତିମ ସଂସ୍କାର କରିଥିଲେ ପରିବାର ଲୋକ ।

Share

Leave a Reply

Your email address will not be published. Required fields are marked *

5 × 2 =