5T ସଚିବଙ୍କୁ ସମ୍ମାନଜନକ ଆନ୍ତର୍ଜାତିକ ପ୍ରେସିଡେଣ୍ଟ ପୁରସ୍କାର

ଭୁବନେଶ୍ବର () 5-T ସଚିବ ଭି.କେ. ପାଣ୍ଡିଆନଙ୍କୁ ମିଳିଛି ଆନ୍ତର୍ଜାତିକ ସମ୍ମାନ । ଆନ୍ତର୍ଜାତିକ ହକି ଫେଡେରେସନ ପକ୍ଷରୁ ତାଙ୍କୁ ପ୍ରେସିଡେଣ୍ଟ ଆୱାର୍ଡରେ ସମ୍ମାନିତ କରାଯାଇଛି  । ୫-T ସଚିବ ଭି.କେ. ପାଣ୍ଡିଆନଙ୍କୁ ସମ୍ମାନଜନକ ପ୍ରେସିଡେଣ୍ଟ ଆୱାର୍ଡ ଦେଇଛି ହକି ଫେଡେରେସନ  । ଓଡିଶାରେ ହକିର ପ୍ରସାର ପାଇଁ ଏହି ଆନ୍ତର୍ଜାତିକ ସମ୍ମାନ ଦିଆଯାଇଛି  ।

FIH ପକ୍ଷରୁ ଆୟୋଜିତ ୪୭ତମ ସମ୍ମିଳନୀରେ ୫-T ସଚିବ ଭି.କେ. ପାଣ୍ଡିଆନଙ୍କୁ ଏହି  ସମ୍ମାନ ଦିଆଯାଇଛି  । ଓଡ଼ିଶାରେ ହକିର ବିକାଶ ପାଇଁ ଭି.କେ. ପାଣ୍ଡିଆନଙ୍କ ଅବଦାନ ଉଲ୍ଲେଖନୀୟ ବୋଲି  ହକି ଫେଡେରେସନ କହିଛି । ଏହି ସଫଳତା ପାଇଁ ଭିକେ ପାଣ୍ଡିଆନଙ୍କୁ ବିଭିନ୍ନ ମହଲରୁ ଶିଭେଚ୍ଛାର ସୁଅ ଛୁଟୁଛି ।

ରାଜ୍ୟରେ ହକିର ବିକାଶ ପାଇଁ ତାଙ୍କର ରହିଛି ବଳିଷ୍ଠ ଅବଦାନ । ସ୍ବଳ୍ପ ସମୟ ମଧ୍ୟରେ ଏସିଆନ ଚମ୍ପିଆନସିପ ଠାରୁ ଆରମ୍ଭ କରି ୨୦୧୮ରେ ହକି ବିଶ୍ବକପର ଆୟୋଜନ ତାଙ୍କର ନିଷ୍ଠା, ପରିଶ୍ରମରୁ ସଫଳ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନ ସହ ତାଙ୍କର ଉଦ୍ୟମରୁ ଓଡିଶା ଏବେ ଦେଶର କ୍ରିଡା ରାଜଧାନୀର ମାନ୍ୟତା ପାଇଛି । ଏଥିସିହତ ରାଜ୍ୟରେ କ୍ରିଡା ଭିତ୍ତିଭୂମୀ ସୁଦୃଢ ହୋଇଛି । 

Share

Leave a Reply

Your email address will not be published. Required fields are marked *

15 + sixteen =