ଏଣିକି ବନ୍ଦ ହେବନି ବାରବାଟୀ ମ୍ୟାଚ; ହାଇକୋର୍ଟରେ ଖାରଜ ହେଲା ଜନସ୍ୱାର୍ଥ ମାମଲା

ଏଣିକି ବନ୍ଦ ହେବନି ବାରବାଟୀ ମ୍ୟାଚ । କାହିଁକିନା ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଖାରଜ ହୋଇଛି । ସେପଟେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ଦର୍ଶାଇ ମ୍ୟାଚ ବାତିଲ କରିବାକୁ ପିଆଇଏଲ ହୋଇଥିଲା । ମ୍ୟାଚ ବନ୍ଦ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ହୋଇଥିଲା । କୋର୍ଟଙ୍କ ରାୟ ପରେ ବାରବାଟୀ ମ୍ୟାଚ ଉପରୁ ଆଶଙ୍କା ହଟିଛି ।

ତେବେ ଆସନ୍ତା ୧୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ ଖେଳାଯିବ। ୯ ତାରିଖରୁ ବାରବାଟୀ ଷ୍ଟାଡିୟମର ଟିକେଟ କାଉଣ୍ଟରରେ ଅଫଲାଇନ୍ ଟିକେଟ ବିକ୍ରି ହେବ । ଏହି ମ୍ୟାଚକୁ ନେଇ ଖେଳ ପ୍ରେମୀଙ୍କ ଭିତରେ ଉତ୍କଣ୍ଠା ଲାଗି ରହିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Share

Leave a Reply

Your email address will not be published. Required fields are marked *

seven − one =