ବଣ୍ଡା ଘାଟି ରାସ୍ତାରୁ ହଟିଲା ଅବରୋଧ

ମାଲକାନଗିରି () ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ ପାହାଡ ପର୍ବତ ଘେରା ବଣ୍ଡା ଘାଟିର ଆଦିମ ଅଧିବାସୀ ବି କ୍ଷତିଗ୍ରସ୍ତ ହୋଇଛନ୍ତି । ବର୍ଷାରେ ବଣ୍ଡା ଘାଟିକୁ ସଂଯୋଗ କରୁଥିବା ରାସ୍ତାର ବିଭିନ୍ନ ସ୍ଥାନରେ ଗଛ ପଡି ଯାତାୟତ ବନ୍ଦ ହୋଇଥିଲା  । ତେବେ ମୁଦୁଲିପଡା ଆଇଆଇସି ଏବଂ ଅଗ୍ନିଶମ ବିଭାଗର ଅଧିକାରୀମାନେ ପ୍ରବଳ ବର୍ଷାକୁ ଖାତିର ନକରି ବିପଦଶଙ୍କୁଳ ଏବଂ ମାଓ ପ୍ରଭାବିତ ବଣ୍ଡା ଘାଟିରେ ରାସ୍ତା ସଫା କରିଛନ୍ତି । ମାଲକାନଗିରି ଏସପି ଜଗମୋହନ ମୀନା ଓ ଡିଆଇଜି ଆଶିଷ ସିଂହଙ୍କ ପ୍ରତକ୍ଷ୍ୟ ତତ୍ବବଧାନରେ ଏହି କାର୍ଯ୍ୟ ସଂଗଠିତ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

10 − nine =