ଚଳିତବର୍ଷ ହ୍ରାସ ହେବ ସିଲାବସ୍

ଭୁବନେଶ୍ୱର() ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କରୋନା ପାଇଁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବେଶ ପ୍ରଭାବ ପଡ଼ିଛି । ତେଣୁ ସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତବର୍ଷ ସିଲାବସ୍ କମିବ । ଏନେଇ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । ଏହାସହ ସିଲାବସ୍ ହ୍ରାସ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମତି ମଧ୍ୟ ମିଳିସାରିଥିବା ନେଇ ସେ କହିଛନ୍ତି । କିନ୍ତୁ କେବେ ସ୍କୁଲ ଖୋଲିବ ସେନେଇ କିଛି ନିଷ୍ପତ୍ତି ନିଆଯାଇ ନାହିଁ । ୧ରୁ ୧୦ ସିକ୍ରେଟ ଏକ୍ସପର୍ଟ କମିଟି ସିଲାବସ କମିବା ନେଇ ନିଷ୍ପତ୍ତି ନେବ । +୨ ଲାଗି ସିଏଚସିଇ ନିଷ୍ପତ୍ତି ନେବ । ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆଗୁଆ ଏହି ସମ୍ପର୍କରେ ଜଣାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

four × five =