ଅଗ୍ନିସମ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହାର

ଭୁବନେଶ୍ୱର– ଦାବି ପୁରଣ ନେଇ ପ୍ରତିଶ୍ରୁତି ମିଳିବା ପରେ ଅଗ୍ନିସମ କର୍ମଚାରୀ ମାନେ ସେମାନଙ୍କର ଆନ୍ଦୋଳନରୁ ହଟିଛନ୍ତି । ୬ଦଫା ଦାବି ପୁରଣ ପାଇଁ ଗତ ୨୪ ତାରିଖ ଠାରୁ ସେମାନେ ଆନ୍ଦୋଳନରେ ଥିଲେ ଏବଂ ଏହି ଆନ୍ଦୋଳନ ସମୟରେ ରାଜ୍ୟରେ ଘରପୋଡି ଠାରୁ ଆରମ୍ଭ କରି ପାଣିରେ ବୁଡି ମୃତ୍ୟୁ ବରଣ କରିବା ଭଳି ବହୁ ଦୁର୍ଘଟଣା ଘଟିଥିଲେ ମଧ୍ୟ ଅଗ୍ନିସମ କର୍ମଚାରୀମାନେ ଆନ୍ଦୋଳନ ନାରେ ସେମାନଙ୍କ କର୍ତବ୍ୟ ଅବହେଳା କରିଥିଲେ । ଯାହାଫଳରେ ରାଜ୍ୟ ସରକାର ୬ଜଣ କର୍ମଚାରୀଙ୍କୁ ନିଲମ୍ବିତ କରିଥିଲେ ।ଆଜିଠାରୁ ସେମାନେ ଆନ୍ଦୋଳନ ପ୍ରତ୍ୟାହାର କରିଦେଇଛନ୍ତି । ସେମାନଙ୍କର ଦାବି ପୁରଣ ନେଇ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

nineteen + nine =