ଏମିତି ପୁଅକୁ ଧର୍ମ ସହିବନି… ଦେଖନ୍ତୁ ଭିଡିଓ

ଭଦ୍ରକ () ଘଟଣାଟି ରାସ୍ତା କଡ଼ରେ ଘଟିଥିବାରୁ ବାଟରେ ଯାଆସ କରୁଥିବା ଲୋକେ କ୍ଷଣେ ଅଟକି ଏହି ଦୃଶ୍ୟ ଦେଖୁଥାନ୍ତି l କିଏ ଚୁଃ ବୋଲି କହି ଯାଉଥାଏ ତ କିଏ କହୁଥାଏ ଏଭଳି ଧର୍ମଛଡା ପୁଅକୁ ଧର୍ମ ସହିବନି l ହେଲେ ବୃଦ୍ଧାଙ୍କ କରୁଣ ପରିସ୍ଥିତି ଦେଖି ଜଣେ ମହିଳା ଓ ଅନ୍ୟ ଜଣେ ବ୍ୟକ୍ତି ସେଇ ତଥାକଥିତ ଧର୍ମଛଡା ପୁଅକୁ ବୁଝାଇବାକୁ ଚଷ୍ଟା କରୁଥାନ୍ତି l ମା’କୁ ଏମିତି ବାଟ ମଝିରେ ବସାଇ ତାମ୍‌ସା କରିବା ଭଲ ନୁହେଁ ବୋଲି କହୁଥାନ୍ତି l ହେଲେ ଯୋଗ୍ୟର ପୁଅ ‘ବିଜୟ’ ମା’କୁ କାହିଁକି ଘରକୁ ନେବି ବୋଲି କହି ପାଲଟା ପ୍ରଶ୍ନ କରୁଥାନ୍ତି l

ଏମିତି ହୃଦୟ ବିଦାରକ ଦୃଶ୍ୟ ସମ୍ମଳିତ ଭିଡିଓଟିଏ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି l ଦୁଭାଗ୍ୟକୁ ଏ ଦୃଶ୍ୟଟି ହେଉଛି ଆମ ରାଜ୍ୟର l ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍‌ ଅନ୍ତର୍ଗତ ଆଗରପଡ଼ା ନିକଟସ୍ଥ ଆଡ଼ିଆ ଗାଁରେ ଏହି ଦୃଶ୍ୟ l ଖବର ନେବାରୁ ଜଣାପଡିଛି, ସମ୍ପୃକ୍ତା ବୃଦ୍ଧାଙ୍କର ୪ ପୁଅ l ବଡପୁଅ ହେଡ୍‌ ମାଷ୍ଟର, ବଡ଼ ମଝିଅଁ ଦୋକାନ ଦେଇଛି ଆଉ ସାନ ୨ ପୁଅ ଚାଷ ବାସ କରି ଚଳନ୍ତି l ବୃଦ୍ଧାଙ୍କ ସ୍ବାମୀ ବଞ୍ଚିଛନ୍ତି l ଆଉ ୪ ପୁଅ ହୋଇଥିବାରୁ ସମସ୍ତେ ପାଳି କରି ବୁଢା-ବୁଢି ୨ଟାଙ୍କୁ ମାସେ ଲେଖାଏଁ ପାଖରେ ରଖନ୍ତି l

ମାଷ୍ଟର ଚାକିରିଆ ବଡ଼ପୁଅର ପାଳି ଥିଲା ଏ ମାସରେ ସେ ମା’କୁ ରଖିବ l ପାଳି ଥିବାରୁ ମା’କୁ ପାଖରେ ରଖିଥିଲେ ବି ବାବୁଙ୍କ ଆନ୍ତରିକତା ଏହି ଭିଡିଓ ଦେଖି ସ୍ପଷ୍ଟ ହୋଇଛି l ଘରେ ସାମାନ୍ୟ କଥାରୁ ସେ ଜନ୍ମକଳା ମା’କୁ ଦାଣ୍ଡରେ ଫିଙ୍ଗି ଦେଇଛନ୍ତି l ଏ କଥା ପଢିଲା ପରେ ଆପଣଙ୍କୁ ଆମେ ପ୍ରଶ୍ନଟିଏ ପଚାରୁଛୁ l କହିଲେ ଦେଖି ସତରେ କ’ଣ ମା’ ଅଳିଆ ହୋଇପାରେ ।

Share

Leave a Reply

Your email address will not be published. Required fields are marked *

six + sixteen =