ବିବାହ କରିବେ ରଣବୀର ଓ ଆଲିଆ

ଗତ କିଛି ଦିନ ହେଲା ରଣବୀର ଓ ଆଲିଆଙ୍କ ପ୍ରେମକୁ ନେଇ ଖୁବ ଚର୍ଚ୍ଚା ଧରିଛି । ଶୁଣିବାକୁ ମିଳୁଛି ଯେ ଏହି ଦୁଇଜଣ ଖୁବ ଶିଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଆଉ ତାଙ୍କର ଏହି ସମ୍ପର୍କକୁ ଦୁଇ ପରିବାର ପକ୍ଷରୁ କୁଆଡେ ସ୍ୱୀକୃତି ମିଳି ସାରିଛି । ଏହି ଯୋଡିଙ୍କ ସମ୍ପର୍କକୁ ନେଇ ଦୁହିଁଙ୍କ ପରିବାର ଲୋକମାନେ ମଧ୍ୟ ଖୁବ ଖୁସି ଥିବା ଜଣାପଡିଛି । ଋିଷି କପୁର ଏବଂ ମହେଶ ଭଟ୍ଟଙ୍କ ପରେ ନିକଟରେ ଆଲିଆ ଭଟ୍ଟଙ୍କ ମା’ ସୋନି ରାଜଦାନ ମଧ୍ୟ ଦୁହିଁଙ୍କ ସମ୍ପର୍କକୁ ନେଇ କହିଥିଲେ ଯେ, ରଣବୀର ବହୁତ ଭଲ ପିଲା ଏବଂ ସେ ତାଙ୍କ ଝିଅର ଫ୍ରିଡମକୁ ବହୁତ ସମ୍ନାନ କରନ୍ତି । ତେବେ ରଣବୀର ଏବଂ ଆଲିଆ ଏବେ ମିଶିକି ଫିଲ୍ମ ମଧ୍ୟ କରୁଛନ୍ତି । ଏହାସହ ଆଉ ଏକ ଖବର ସାମ୍ନାକୁ ଆସିଛି । ରଣବୀର କପୁରଙ୍କୁ ମହେଶ ଭଟ୍ଟଙ୍କ ୭୦ତମ ଜନ୍ମଦିନ ରେ ଆୟୋଜିତ ହେବାକୁଥିବା ପାର୍ଟି ପାଇଁ ନିମନ୍ତ୍ରଣ କରାଯାଇଛି ।
ସୁଟିଂ କରୁଛନ୍ତି । ଆଲିଆ ସୁଟିଂରୁ ବ୍ରେକ୍ ନେଇ ମହେଶ ଭଟ୍ଟଙ୍କ ଜନ୍ମଦିନ ପାର୍ଟିରେ ସାମିଲ ହେବାକୁ ଯାଉଛନ୍ତି ।
ଏହାସହ ମହେଶ ଭଟ୍ଟ ନିଜେ ରଣବୀରଙ୍କୁ ଫୋନ କରି ପାର୍ଟିରେ ସାମିଲ ହେବା ପାଇଁ ନିମନ୍ତ୍ରଣ ଦେଇଛନ୍ତି । ଏହା ରଣବୀରଙ୍କ ପାଇଁ ପ୍ରଥମ ସୁଯୋଗ ହେବ କି ସେ ଭଟ୍ଟ ପରିବାରର ପାର୍ଟିରେ ସାମିଲ ହେବେ । ସେପଟେ ଭଟ୍ଟ ପରିବାର ଏହି ପାର୍ଟିକୁ ନେଇ ଖୁବ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ମଧ୍ୟ କରିଥିବା ସୂଚନା ମିଳିଛି । ରଣବୀରଙ୍କୁ ମହେଶ ଭଟ୍ଟ ଏବଂ ସୋନି ରାଜଦାନ ବହୁତ ପସନ୍ଦ ମଧ୍ୟ କରୁଛନ୍ତି । ଦୁହିଁଙ୍କ ପରିବାରର ମଧ୍ୟ ଭଲ ସମ୍ପର୍କ ଥିବା ଜଣାପଡିଛି ।

Share

Leave a Reply

Your email address will not be published. Required fields are marked *

thirteen + 1 =