ଚାରି ବର୍ଷ ପରେ ହେବ ଆଇପିଏଲର ଉଦଯାପନୀ ଉତ୍ସବ

ବିସିସିଆଇ ଚଳିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ଉଦଯାପନୀ ଉତ୍ସବର ଆୟୋଜନ କରିବାକୁ ଚାହୁଁଛି। ଚାରି ବର୍ଷ ପରେ ପ୍ରଶଂସକମାନେ ଟୁର୍ନାମେଣ୍ଟର ଉଦଯାପନୀ ଉତ୍ସବ ଦେଖିବାକୁ ପାଇବେ | ଏହି ସୁପର ସୋ ପାଇଁ ବିସିସିଆଇ ଏକ ଟେଣ୍ଡର ଆହ୍ବାନ କରିଛି। ସର୍ବୋଚ୍ଚ ମୂଲ୍ୟ ବିଡ୍ କରିଥିବା କମ୍ପାନୀ ଉଦଯାପନୀ ଉତ୍ସବର ମୁଖ୍ୟ ପ୍ରାୟୋଜକ ହେବେ। ଉଦଯାପନୀ ଉତ୍ସବ ପାଇଁ ଟେଣ୍ଡର ଆହ୍ବାନ ସମ୍ପର୍କରେ ବିସିସିଆଇ ଶନିବାର ଘୋଷଣା କରିଛି |

ବିସିସିଆଇ ଏକ ବିବୃତ୍ତିରେ କହିଛି ଯେ ବିଡ୍ ଦାଖଲ କରିବାକୁ ଆଗ୍ରହୀ ଦଳ ଆରଏଫପି (ରିକ୍ବେଷ୍ଟ ଫର୍ ପ୍ରପୋଜାଲ) କିଣିବା ଆବଶ୍ୟକ। କେବଳ ଯେଉଁମାନେ ଆରଏଫପି ର ଯୋଗ୍ୟତା ମାନଦଣ୍ଡ ପୂରଣ କରନ୍ତି ସେମାନେ ବିଡ୍ କରିବାକୁ ଯୋଗ୍ୟ ବିବେଚିତ ହେବେ । ମାର୍ଚ୍ଚ ୨୬ ରୁ ଆରମ୍ଭ ହୋଇଥିବା ଆଇପିଏଲ୍-୨୦୨୨ ମେ ୨୯ରେ ଶେଷ ହେବ |

୨୦୧୯ରେ ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ସିଆରପିଏଫ୍ ଯବାନଙ୍କ ସମ୍ମାନରେ ଆଇପିଏଲ୍ ଉଦଯାପନୀ ଉତ୍ସବକୁ ସ୍ଥଗିତ ରଖାଯାଇଥିଲା | ୨୦୨୦ ଓ ୨୦୨୧ରେ କରୋନା ପ୍ରକୋପ ପାଇଁ ଟୁର୍ଣ୍ଣାମେଣ୍ଟ ଭାରତ ବାହାରେ ହୋଇଥିଲା | ଶେଷଥର ପାଇଁ ୨୦୧୮ରେ ଆଇପିଏଲ୍ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏବେ ଚାରି ବର୍ଷ ପରେ ପ୍ରଥମ ଥର ପାଇଁ ପ୍ରଶଂସକମାନଙ୍କୁ ମନୋରଞ୍ଜନର ଏକ କକଟେଲ୍ ମିଳିବ |

Share

Leave a Reply

Your email address will not be published. Required fields are marked *

16 + seventeen =