ଶାନ୍ତି ଓ ସଦ୍ଭାବ ଭାରତର ଲକ୍ଷ୍ୟ, କିନ୍ତୁ ବୀରତ୍ୱ ଓ ବିକ୍ରମ ମଧ୍ୟ ଆମ ପରମ୍ପରା

ନୂଆଦିଲ୍ଲୀ() ଭାରତ ସବୁବେଳେ ଶାନ୍ତି ଚାହେଁ । କିନ୍ତୁ ଭାରତକୁ ଉସୁକାଇଲେ ତାହାର ଏକ ଦୃଢ ଜବାବ ଦେବାକୁ ଭାରତ ସକ୍ଷମ । ଚୀନ ସହ ବଢିଚାଲିଥିବା ବିବାଦ ପ୍ରସଙ୍ଗରେ ଏହି କଡ଼ା ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଆଜି କରୋନା ମୁକାବିଲା ପ୍ରସଙ୍ଗରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକ ଆରମ୍ଭରେ ସେ ସହିଦ ଯବାନଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ । ଏହି ଅବସରରେ ନିଜର ବକ୍ତବ୍ୟ ରଖି ମୋଦୀ କହିଛନ୍ତି ଯେ ଯେକୌଣସି ପରିସ୍ଥିତିରେ ଭାରତ ଶତ୍ରୁକୁ ମୁହଁତୋଡ଼ ଜବାବ ଦେବାକୁ ସକ୍ଷମ । ଏ ନେଇ କାହାର ସନ୍ଦେହ ରହିବା ଉଚିତ ନୁହେଁ । ଦେଶବାସୀଙ୍କୁ ଆଶ୍ୱାସନା ଦେଇ ସେ କହିଛନ୍ତି ଯେ ଆମର ବୀର ଯବାନମାନେ ଶତ୍ରୁକୁ ମାରି ମାରି ମରିଗଲେ । କିନ୍ତୁ ସେମାନଙ୍କ ବଳିଦାନ ବେକାର ଯିବ ନାହିଁ । ତାହାର ଏକ ଦୃଢ ଜବାବ ଦିଆଯିବ । ଶାନ୍ତି ଓ ସଦ୍ଭାବ ଭାରତର ଲକ୍ଷ୍ୟ, କିନ୍ତୁ ବୀରତ୍ୱ ଓ ବିକ୍ରମ ମଧ୍ୟ ଆମ ପରମ୍ପରା ରହିଆସିଛି ।

ସୋମବାର ରାତିରେ ଲଦାଖର ଗଲଓ୍ଵାନ ଉପତ୍ୟାକାରେ ଭାରତୀୟ ଓ ଚୀନ ସୈନ୍ୟଙ୍କ ସଂଘର୍ଷରେ ୨୦ ଭାରତୀୟ ସୈନ୍ୟ ସହିଦ ହୋଇଥିଲେ ।

Share

Leave a Reply

Your email address will not be published. Required fields are marked *

12 − seven =