ଭୁବନେଶ୍ୱର ପାଇଲା ଶ୍ରେଷ୍ଠ ସ୍ମାର୍ଟସିଟି ପୁରଷ୍କାର

ଭୁବନେଶ୍ୱର () ରାଜଧାନୀବାସୀଙ୍କ ପାଇଁ ଖୁସି ଖବର । ଜୟପୁର ଠାରେ ଆୟୋଜିତ ସ୍ମାର୍ଟ ସିଟି ଏକ୍ସପୋ-୨୦୧୮ରେ ଭୁବନେଶ୍ୱରକୁ ଶ୍ରେଷ୍ଠ ସ୍ମାର୍ଟ ସିଟିର ମାନ୍ୟତା ମିଳିଛି । ଗୋଷ୍ଠି ଉନ୍ନୟନ ଏବଂ ଗୋଷ୍ଠି ପରିଚାଳନା ପାଇଁ ଭୁବନେଶ୍ୱରକୁ ଏହି ମାନ୍ୟତା ମିଳିଛି ।
ଭୁବନେଶ୍ୱରର ଗୋଷ୍ଠି ଉନ୍ନୟନ କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ଓ ୟୁନାଇଟେଡ ନେସନ ପପୁଲେସନ ଫଣ୍ଡ (ୟୁଏନଏଫପି) ଦ୍ୱାରା ମିଳିତ ଭାବେ କାର୍ଯ୍ୟକାରୀ କରାଯାଉଛି । ସାମାଜିକ ସ୍ମାର୍ଟ କାର୍ଯ୍ୟକ୍ରମରେ ରାଜଧାନୀର ବିଭିନ୍ନ ବସ୍ତିରେ ବହୁବିଧ ସୁରକ୍ଷା ଅଡିଟ ସହ ୮ଟି ବସ୍ତିର ୩୨୦ଜଣ ସାବାଳିକାଙ୍କୁ ଆତ୍ମରକ୍ଷା କୌଶଳ ତାଲିମ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ସହରର ୨୨ଟି ବସ୍ତିକୁ ମଳମୁକ୍ତ ବସ୍ତି ଭାବେ ଚିହ୍ନଟ କରାଯାଇଛି । ଭୁବନେଶ୍ୱର ଶିଶୁ ବନ୍ଧୁଭାବାପନ୍ନ ସହର ଭାବେ ଏକକ ମାନ୍ୟତା ପାଇଛି ।
ଏହି ପୁରସ୍କାର ସହ ଭବନେଶ୍ୱର ପୂର୍ବରୁ ମଧ୍ୟ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଏହାର ଭିତ୍ତିଭୂମୀ ବିକାଶ ଓ ପରିମଳ ପାଇଁ ପ୍ରଶଂସିତ ହୋଇଛି । ଚଳିତ ବର୍ଷ ଜୁଲାଇ ମାସର ଏକ ରିପୋର୍ଟ ଅନ୍ୟୁାୟୀ ଦେଶର ୫୦ଟି ଶ୍ରେଷ୍ଠ ସ୍ମାର୍ଟ ସିଟି ମଧ୍ୟରୁ ଭୁବନେଶ୍ୱର ୩୨ ନମ୍ବର ସ୍ଥାନରେ ରହିଥିଲା । ୨୦୧୭ରେ ଯୋଜନାବଦ୍ଧ ସହର ଭାବେ ଆମେରିକାର ଏଲ-ଫ୍ୟାକଣ୍ଟ ଇଣ୍ଟରନ୍ୟାସନାଲ ଭୁବନେଶ୍ୱରକୁ ମାନ୍ୟତା ଦେଇଥିଲା । ୨୦୧୬ରେ ମଧ୍ୟ ବ୍ରେସେଲୋନା ଠାରେ ଆୟୋଜିତ ବିଶ୍ୱ ସ୍ମାର୍ଟ ସିଟି ପ୍ରତିଯୋଗିତାର ଶେଷ ପର୍ଯ୍ୟାୟକୁ ଉନ୍ନିତ ହୋଇଥିଲା ଭୁବନେଶ୍ୱର ।

Share

Leave a Reply

Your email address will not be published. Required fields are marked *

5 × 4 =