ବିଜେଡିରେ ମିଶିଲେ ବିଜେପି ନେତା

ଭୁବନେଶ୍ୱର:ପଞ୍ଚାୟତ ନିର୍ବାଚନ ପୂର୍ବରୁ ସୁଦୃଢ଼ ହେଉଛି ବିଜେଡି । ବଢ଼ୁଛି ବିଜେଡି ସୁପ୍ରିମୋଙ୍କ ଲୋକ ପ୍ରିୟତା । ବିରୋଧୀମାନେ ଦଳ ଛାଡ଼ି ନବୀନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶୁଛନ୍ତି । ବିଜେପି ଛାଡ଼ି ଯାଜପୁର ଧର୍ମଶାଳା ବିଜେପିର ୧୨ ଜଣ ବିଜେଡିରେ ଯୋଗ ଦେଇଛନ୍ତି । ଆଜିର ମିଶ୍ରଣ ପର୍ବରେ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ, ଦଳର ମୁଖପାତ୍ର ପ୍ରତାପ ଦେବ, କୋରେଇ ବିଧାୟକ ଅଶୋକ ବଳ ଉପସ୍ଥିତ ଥିଲେ ।

୨୦୧୯ରେ ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳିର ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିବା ରମେଶ ଚନ୍ଦ୍ର ପରିଡ଼ା ବିଜେଡିରେ ମିଶିଛନ୍ତି । ରମେଶଙ୍କ ସମେତ ବିଜେପି ଛାଡ଼ିଥିବା ଅନ୍ୟ ୧୧ ଜଣ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି । ଚୈତନ୍ୟ ସାମଲ, ମହେନ୍ଦ୍ର ପଣ୍ଡା, ବିଜୟ କୁମାର ନାୟକ, ନିରଞ୍ଜନ ବେହେରା, ଅଶୋକ କୁମାର ସାହୁ, ଆଶିଷ କୁମାର ବଳ, ବିଭୁ ପ୍ରସାଦ ଦାସ, ରମେଶ ଚନ୍ଦ୍ର ବେହେରା, ମାନସ ମହାନ୍ତି ଓ ପ୍ରଭଞ୍ଜନ ମହାନ୍ତି ବିଜେଡିରେ ମିଶିଛନ୍ତି ।

Share

Leave a Reply

Your email address will not be published. Required fields are marked *

7 + fourteen =