ପଞ୍ଚଭୂତରେ ଲୀନ ହେଲେ ଅରିନ୍ଦମ

କେନ୍ଦୁଝର: ସରିଲା ଶେଷକୃତ୍ୟ । ଜନ୍ମମାଟିରେ ପଞ୍ଚଭୂତରେ ଲୀନ ହେଲେ ଦୁଃସାହାସୀ ସାମ୍ବାଦିକ ଅରିନ୍ଦମ ଦାସ । ଆଜି ଭୋର୍ ପ୍ରାୟ ୪ଟା ୨୦ ମିନିଟ୍ରେ ଅରିନ୍ଦମଙ୍କ ପାର୍ଥିବ ଶରୀର ତାଙ୍କ ପୈତୃକ ଗାଁ କେନ୍ଦୁଝର ଜିଲ୍ଲା ରାଜନଗର ପଞ୍ଚାୟତର ରାଇକଳାରେ ପହଞ୍ଚିଥିଲା। ଏହାପରେ ଏକ ଶୋଭାଯାତ୍ରାରେ ଅରିନ୍ଦମଙ୍କ ପାର୍ଥିବ ଶରୀରକୁ ଶ୍ମଶାନ ଅଭିମୁଖେ ନିଆଯାଇଥିଲା। ତାପରେ ସେଠାରେ ଶୋକାକୁଳ ପରିବେଶରେ ବୈତରଣୀ ନଦୀ କୂଳରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଏହି ସମୟରେ ଲୋକାରଣ୍ୟ ହୋଇଯାଇଥିଲା ଶ୍ମଶାନ।
ଶେଷକୃତ୍ୟ ସମୟରେ ଶ୍ମଶାନରେ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ଓ ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ ସମେତ ଓଟିଭିର ବହୁ କର୍ମଚାରୀ ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ।

Share

Leave a Reply

Your email address will not be published. Required fields are marked *

20 − 20 =