ପେଥାଇ ପ୍ରଭାବରେ ବର୍ଷା

ପେଥାଇ ପ୍ରଭାବରେ ଘଂଟା ପ୍ରତି ୨୩ କିଲୋମିର ବେଗରେ ଉପକୂଳ ମୁହାଁ ହୋଇଛି ବାତ୍ୟା । ଏବେ ଠାରୁ ଆନ୍ଧ୍ର କାକିନାଡା ଉପକୂଳରେ ସମୁଦ୍ର ଅଶାନ୍ତ ରହିଥିବା ଦେଖିବାକୁ ମିଳିଛି । ପ୍ରତିକୂଳ ପରିସ୍ଥିତ ଯୋଗୁଁ ସ୍ଥଳଭାଗ ଛୁଇଁବା ପରେ ଏହା ଦୁର୍ବଳ ହୋଇଯାଇଛି ।
ପେଥାଇ ସ୍ଥଳଭାଗ ଛୁଇଁବା ପରେ ବର୍ଷା ଲାଗିରହିଛି । ପବନର ବେଗରେ ସାମାନ୍ୟ ପରିବର୍ତନ ଘଟିଛି ।
ସେପଟେ, ସାମୁଦ୍ରିକ ଝଡ ପ୍ରଭାବରେ ଓଡିଶାର ୧୧ଟିି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ୪ଟି ଜିଲ୍ଲାରେ ଅଧିକ ବର୍ଷା ହୋଇପାରେ । ବାତ୍ୟା ତିତଲି ଦ୍ୱାରା ବିଶେଷ ପ୍ରଭାବିତ ହୋଇଥିବା ଗଜପତି, ରାୟଗଡା, ଗଂଜାମ ଓ କୋରାପୁଟରେ ପ୍ରବଳ ବର୍ଷା ହୋଇପାରେ । ଏହାସହ ମାଲକାନଗିରି, ନବରଙ୍ଗପୁର, ବରଗଡ, ସମ୍ବଲପୁର, ଝାରସୁଗୁଡାରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଉଛି । କେତେକ ଜିଲ୍ଲାରେ ଗତକାଲି ଠାରୁ ବର୍ଷା ଲାଗି ରହିଥିବା ବେଳେ ସମ୍ବଲପୁରରେ ଆଜି ସକାଳୁ ବର୍ଷା ହେଉଛି । ସକାଳ ୮ଟା ସୁଦ୍ଧା ଭବାନୀପାଟଣାରେ ୩୭ ମିଲିମିଟର, ହୀରାକୁଦରେ ୨୦ ମିଲିମିଟର, ଝାରସୁଗୁଡାରେ ୨୧ ମିଲିମିଟର ବର୍ଷା ହୋଇଛି ।

Share

Leave a Reply

Your email address will not be published. Required fields are marked *

thirteen − ten =