ପ୍ରିୟଙ୍କାଙ୍କ ପାଇଁ ବିଜେପି ଛାଡି କଂଗ୍ରେସରେ ଯୋଗଦେଲେ ବିଧାୟକ

ପ୍ରିୟଙ୍କା ଗାନ୍ଧୀ ସକ୍ରିୟ ରାଜନୀତିକୁ ଆସିଛନ୍ତି । ଏଥିସହ ସେ ଉତ୍ତର ପ୍ରଦେଶ ଦାୟିତ୍ବ ନେଇଛନ୍ତି । ପ୍ରିୟଙ୍କା ସକ୍ରିୟ ରାଜନୀତିରେ ପାଦ ଦେବା ପରେ ଦେଶର ରାଜନୈତିକ ସ୍ଥିତି ବଦଳିବା ସମ୍ଭାବନାକୁ ଆଖି ଆଗରେ ରଖି ପୂର୍ବତନ ସାଂସଦ ତଥା ଉତ୍ତର ପ୍ରଦେଶର ମୀରାପୁର ବିଧାନସଭା ନିର୍ବାଚନମଣ୍ଡଳିର ବିଜେପି ବିଧାୟକ ଅବତାର ଭଡାନା ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି ।
ଭଡାନା ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଥିଲେ । ଗତକାଲି ସେ ଦଳ ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ପଦରୁ ବିଧିବଦ୍ଧଭାବେ ଇସ୍ତଫା ପ୍ରଦାନ କରିଛନ୍ତି । ବର୍ଷା ଯୁଆଡେ ଛତା ସିଆଡେ ନ୍ୟାୟରେ ନିଜ ପାଇଁ ସୁରକ୍ଷିତ ରାଜନୈତିକ ଦୁର୍ଗ ସଂଧାନରେ ଭଡାନା ଦଳ ପରିବର୍ତ୍ତନ କରିବା କିଛି ନୂଆ କଥା ନୁହେଁ । ରାଜନୈତିକ ସଫଳତା ଓ ସ୍ବାର୍ଥ ପାଇଁ ଭଡାନା ବହୁବାର ଦଳ ପରିବର୍ତ୍ତନ କରିଛନ୍ତି । ଭଡାନା ବିଜେପି ତ୍ୟାଗ କରିଥିଲେ ମଧ୍ୟ ବିଧାୟକ ପଦରୁ ଇସ୍ତଫା ଦେଇନାହାଁନ୍ତି । ତେବେ ଖୁବଶୀଘ୍ର ସେ ବାଚସ୍ପତିଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିବେ ବୋଲି ଜଣାପଡିଛି ।

Share

Leave a Reply

Your email address will not be published. Required fields are marked *

3 × 3 =