କୁହୁଡି ଯୋଗୁଁ ଫସିଲେ ବିମାନ ଯାତ୍ରୀ

କୁହୁଡି ଯୋଗୁଁ ଫସିଲେ ବିମାନ ଯାତ୍ରୀ। ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିଲା ଏୟାର ଏସିଆର ୠଊ ୧୧୨ ବିମାନ କୁହୁଡ଼ି ପାଇଁ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଅବତରଣ କରିପାରିନଥିଲା। ଦୀର୍ଘ ୨ଘଣ୍ଟା ଧରି ଯାତ୍ରୀମାନେ ବିମାନ ଭିତରେ ଫସି ରହିଥିଲେ। ଅବତରଣ କରିବାକୁ ଏଟିସି ସିଗନାଲ ଦେଇନପାରିବାରୁ ବିମାନଟି କୋଲକାତା ଫେରିଯାଇଥିଲା। ଯାତ୍ରୀମାନେ କାଲି ରାତିରୁ ଏଯାଏ କୋଲକାତାରେ ଫସି ରହିଛନ୍ତି। ଏହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ସେପଟେ ଅପରାହ୍ନ ସାଢେ ଗୋଟାଏରେ କୋଲକାତାରୁ ବିମାନ ଫେରିବ ବୋଲି କହିଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ ଏସସି ହୋତା କହିଛନ୍ତି। ୧୨୮ ଜଣ ଯାତ୍ରୀଙ୍କୁ ବର୍ତ୍ତମାନ କୋଲକାତାର ବିଭିନ୍ନ ହୋଟେଲରେ ରଖାଯାଇଛି। ଏୟାର ଏସିଆର ବିମାନ ଦିନ ୨ଟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ୨ଟା ୪୫ରେ ବ୍ୟାଙ୍କକ ଅଭିମୂଖେ ଉଡ଼ାଣ ଭରିବ। ୧୩୭ଜଣ ଯାତ୍ରୀ ବ୍ୟାଙ୍କକ ଯିବେ ବୋଲି ସେ ସୂଚନା ଦେଇଛନ୍ତି।

Share

Leave a Reply

Your email address will not be published. Required fields are marked *

11 − 9 =