ଦେବଗଡ ଜିଲ୍ଲା ରିଆମାଳରୁ ଦେଢ କୋଟି ଟଙ୍କାର ସାପ ବିଷ ଜବତ

ଦେବଗଡ: ସାପ ବିଷ ସ୍ମଗଲିଂ ରାକେଟର ପର୍ଦ୍ଦାଫାଶ କରିଛି ଦେବଗଡ ଜିଲ୍ଲା ରିଆମାଳ ଥାନା ପୋଲିସ । ସାପ ବିଷ ବିକ୍ରି କରିବାକୁ ଉଦ୍ୟମ କରୁଥିବା ୨ ଜଣଙ୍କୁ ଗିରଫ କରିଛି । ଗ୍ରାହକ ସାଜି ଖୁବ୍ ଚତୁରତାର ସହ ଦୁଇ ସାପ ବିଷ ବିକ୍ରେତାଙ୍କୁ ଗିଫ କରିଛି ପୋଲିସ । ଦେବଗଡ ଜିଲ୍ଲା ରିଆମାଳ ଥାନା ତାରଙ୍ଗଠାରେ ଚଢାଉ ବେଳେ ୧ କିଲୋଗ୍ରାମ ସାପ ବିଷ ଜବତ କରିଛି ପୋଲିସ । ଗିରଫ ଦୁଇ ଜଣ ସମ୍ବଲପୁର ଜିଲ୍ଲାର । ସେମାନେ ହେଲେ ରଂଜନ କୁମାର ପାଢୀ ଓ କୈଳାସ ଚନ୍ଦ୍ର ସାହୁ । ଜବତ ସାପବିଷର ମୂଲ୍ୟ ଦେଢ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

Share

Leave a Reply

Your email address will not be published. Required fields are marked *

18 − 1 =