ସ୍ମୃତି ଇରାନୀଙ୍କୁ ପାଲଟା ପ୍ରଶ୍ନ କଲା ବିଜେଡ଼ି

ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଜେପି ଉପରେ ପାଲଟା ଆକ୍ରମଣ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଇରାନୀଙ୍କ ସମସ୍ତ ଅଭିଯୋଗର କଡ଼ାଗଣ୍ଡା କରି ଜବାବ ରଖି କହିଛନ୍ତି ଯେ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଯୋଗୁ ଭୟବୀତ ହୋଇଛି ବିଜେପି । କାରଣ ନବୀନଙ୍କ ଏହି ଯୋଜନା ଆୟୁଷ୍ମାନ ଯୋଜନାକୁ ଫିକା କରିଦେଉଛି ତେଣୁ ଭୟବୀତ ହେବା ସ୍ୱାଭାବିକ । ସେହିଭଳି ତେଲ ଦର ଉପରେ ଭାଟ୍ ଛାଡ଼ କାହିଁକି କରୁନାହିଁ ରାଜ୍ୟ ବୋଲି ପ୍ରଶ୍ନର ଉତ୍ତରରେ ଜବାବ ରଖିଛି ବିଜେଡ଼ି । କେନ୍ଦ୍ର କରିଥିବା ତୈଳ ଦର ହ୍ରାସ ନେଇ ବିଜେଡ଼ି ଉପରେ ଯେଉଁ ଆରୋପ ଲଗାଉଛନ୍ତି କେନ୍ଦ୍ରମନ୍ତ୍ରୀ ଏହା ବିଜେପିର ନୀତି ସମସ୍ତଙ୍କୁ ଜଣା । ଏମିତି ନିର୍ବାଚନ ଆସିଲେ ତେଲ ଦର କମାଇ ଭୋଟ୍ ହାତେଇବାକୁ ପ୍ରୟାସ କରନ୍ତି ମୋଦି ସରକାର ବାହାସ୍ଫୋଟ ମାରୁଥିବା ବିଜେପି ପ୍ରଥମେ କହୁ ବିଜେପି ଶାସିତ ରାଜ୍ୟରେ କେତେ ସୁରକ୍ଷିତ ଅଛନ୍ତି ମହିଳା ବୋଲି ସ୍ମୃତି ଇରାନୀଙ୍କୁ ପାଲଟା ପ୍ରଶ୍ନ କରିଛି ବିଜେଡ଼ି । ତେବେ କେନ୍ଦ୍ର ସରକାରଙ୍କ ଦୋମୁହାଁ ନୀତି ରାଜ୍ୟବାସୀଙ୍କୁ ଅଛପା ନାହିଁ ବୋଲି ପାଲଟା ଆକ୍ରମଣ କରି କହିଛନ୍ତି ସସ୍ମିତ ।

Share

Leave a Reply

Your email address will not be published. Required fields are marked *

eighteen − four =