ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ

ସ୍କୁଲ ଟିଚର ଏଲିଜିବିଲିଟି ଟେଷ୍ଟ ପ୍ରଶ୍ନପତ୍ରରେ ତ୍ରୁଟି

ଭୁବନେଶ୍ବର () : ଓଡିଶା ସେକେଣ୍ଡାରୀ ସ୍କୁଲ ଟିଚର୍ସ ଏଲିଜିବିଲିଟି ଟେଷ୍ଟ (ଓଏସଏସଟିଇଟି) ନାଁରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛି ମାଧ୍ୟମିକ ଶିକ୍ଷା ପରିଷଦ । ଏହି ପରୀକ୍ଷା ପାଇଁ ପ୍ରଶ୍ନପତ୍ର ଓ ସରକାରୀ ଭାବେ ପ୍ରକାଶିତ ଉତ୍ତର ପୁସ୍ତିକାରେ ବ୍ୟାପକ ତ୍ରୁଟି ରହିଥିବା ଜଣାପଡିଛି । ଏହା ଜଣାପଡିବା  ପରେ ଏବେ ଛାତ୍ରଛାତ୍ରୀଙ୍କ ମ୍ରତିକ୍ରିୟା ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ହାଇସ୍କୁଲରେ ଠିକା ଶିକ୍ଷକ ନିଯୁକ୍ତି ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହେଉଥିବା ବେଳେ ପରୀକ୍ଷା ପରିଚାଳନା କରୁଥିବା ମାଧ୍ୟମିକ ଶିକ୍ଷା ପରିଷଦ ଏହାକୁ ଅତ୍ୟନ୍ତ ଖାମଖିଆଲି ଭାବେ ଗ୍ରହଣ କରୁଛନ୍ତି । ଯେଉଁଥିପାଇଁ ପ୍ରଶ୍ନପତ୍ରରେ ବ୍ୟାପକ ତ୍ରୁଟି ଦେଖା ଦେଇଛି । ଏହି ପରୀକ୍ଷା ପାଇଁ ବଜାରରେ କେତେକ ବହି ଉପଲବ୍ଧ ହେଉଛି । କିଛି ପୁସ୍ତକ କମ୍ପାନୀ ପକ୍ଷରୁ ମଧ୍ୟ ଗାଇଡ ବହି ପ୍ରକାଶ ପାଇଛି । ତେବେ ଛାତ୍ରଛାତ୍ରୀମାନେ କେଉଁ ନିର୍ଦ୍ଧିଷ୍ଟ ବହି କିମ୍ବା ଗାଇଡ ପଢିଲେ ଏହି ପରୀକ୍ଷା ଦେବାକୁ ସକ୍ଷମ ହେବେ ସେନେଇ ବୋର୍ଡ କର୍ତ୍ତୃପକ୍ଷ କିଛି ପଦକ୍ଷେପ ନେଉନଥିବାରୁ ଛାତ୍ରଛାତ୍ରୀ ଅସୁବିଧାରେ ପଡୁଛନ୍ତି ।

ଗତ 5 ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । କିଛି ଛାତ୍ରଛାତ୍ରୀ ଏ ତ୍ରୁଟି ସଂପର୍କରେ ଅଜ୍ଞ ଥିଲେ ବି ଆଉ କିଛି ଛାତ୍ରଛାତ୍ରୀ ତ୍ରୁଟିକୁ ନେଇ ସ୍ବର ଉତ୍ତୋଳନ କରିବା ସହ ପ୍ରଶ୍ନର ସଠିକ ଉତ୍ତର ପ୍ରମାଣ ସହ ବୋର୍ଡ କର୍ତୃପକ୍ଷଙ୍କ ନିକଟରେ ଦାଖଲ କରି ତୃଟି ସଂଶୋଧନ ପାଇଁ ଆବେଦନ କରିଛନ୍ତି । ବୋର୍ଡ କର୍ତ୍ତୃପକ୍ଷଙ୍କ ଦ୍ବାରା ପରୀକ୍ଷାର ସଠିକ ଉତ୍ତର ପୁସ୍ତିକା ଗତ 25 ତାରିଖରେ ପ୍ରକାଶ ପାଇବା ପରେ ତ୍ରୁଟି ପଦାକୁ ଆସିଥିଲା । ବୋର୍ଡ କର୍ତ୍ତୃପକ୍ଷ ଏ, ବି ଓ ସି ତିନୋଟି ପ୍ରଶ୍ନପତ୍ର ପ୍ରସ୍ତୁତ କରିଥିଲେ । ସେଥିରୁ ପେଡାଗଜି ବିଷୟରେ ରହିଛି ସର୍ବାଧିକ ତୃଟି ।

ଇତିହାସ, ବିଜ୍ଞାନ, ମାତୃଭାଷା ଓ ହିନ୍ଦି ଆଦି ବିଷୟରେ ବି ତୃଟି ରହିଛି । ପ୍ରଶ୍ନପତ୍ରେ ତ୍ରଟି ଥଲେ ଛାତ୍ରଛାତ୍ରୀମାନେ ସଠିକ ଉତ୍ତର ପ୍ରମାଣ ସହ ଆବଶ୍ୟକ ଅର୍ଥ ବୋର୍ଡ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିବାକୁ ନିୟମ ରହିଛି । କିନ୍ତୁ କିଛି ଛାତ୍ରଛାତ୍ରୀ ଆବଦେନ କରିପାରୁନାହାନ୍ତି । ପେଡାଗଜି ବିଷୟରେ 119, 120, 141 ଓ 147 ନମ୍ବର ପ୍ରଶ୍ନର ଉତ୍ତର ସରକାରୀ ଉତ୍ତର-ପୁସ୍ତିକାରେ ଭୁଲ ଦର୍ଶାଯାଇଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି । ସେହିପରି 80 ପ୍ରଶ୍ନର ସଠିକ ଉତ୍ତର ଅପସନରେ ନଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ।

ଏହାବାଦ ଆହୁରି ଅନେକ ପ୍ରଶ୍ନର ଉତ୍ତର ଭୁଲ ଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଖରେ ଏହାର ପ୍ରମାଣ ନଥିବାରୁ ସେମାନେ ଏ ବାବଦରେ ଅଭିଯୋଗ କରିପାରୁନାହାଁନ୍ତି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳାନଯାଇ ଆଗାମୀ ଦିନରେ ଏଭଳି ତୃଟି ବିଚ୍ୟୁତିରୁ ବୋର୍ଡ କର୍ତ୍ତୃପକ୍ଷ ନିବୃତ ରହିବାକୁ ଛାତ୍ରଛାତ୍ରୀମାନେ ନିବେଦନ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

16 − twelve =