କାଲି ଦ୍ୱିତୀୟ ଟି-ଟ୍ୱେଣ୍ଟି

ଆସନ୍ତାକାଲି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଖେଳାଯିବ । ନ୍ୟୁଜିଲାଣ୍ଡର ଇଡେନ୍ ପାର୍କ, ଅକଲାଣ୍ଡଠାରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଭାରତୀୟ ସମୟ ଅନୁଯାୟୀ, ୧୧.୩୦ ମିନିଟରେ ଆରମ୍ଭ ହେବ । ତେବେ ଟିମ୍ ଇଣ୍ଡିଆ ପାଇଁ ଏହି ମ୍ୟାଚ କର ବା ମର ପରିସ୍ଥିତି ସୃଷ୍ଟି କରିଛି । କାହିଁକି ନା ଯଦି ଆସନ୍ତାକାଲି ମ୍ୟାଚରେ ଭାରତ ପରାଜିତ ହେବ, ତେବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦଳ ଟି-୨୦ ସିରିଜ ମଧ୍ୟ ହାରିଯିବ ।
ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ପୁଣି ଥରେ କାଲି ପଡିଆକୁ ଓହ୍ଲାଇବ ଭାରତ । ତେବେ ମ୍ୟାଚ ଜିତିବାକୁ ହେଲେ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରିବାକୁ ହେବ ।

Share

Leave a Reply

Your email address will not be published. Required fields are marked *

thirteen + 7 =