କାଳିଆ ପାଇଁ ୪୪୬୧ କୋଟି ବ୍ୟୟ ବରାଦ

ଆସିଲା ରାଜ୍ୟର କାମଚଳା ବଜେଟ୍। ଯାହା ଅନୁମାନ କରାଯାଉଥିଲା ତାହା ହୋଇଛି। ଫୋକସରେ କୃଷି ଓ ଗ୍ରାମାଞ୍ଚଳର ବିକାଶ। ନିକଟରେ ଆରମ୍ଭ ହୋଇଥିବା କାଳିଆ ଯୋଜନା ଚର୍ଚ୍ଚାରେ ରହିଛି। ୫ଟି କୃଷି ଋତୁରେ ପରିବାର ପିଛା ଦିଆଯିବ ୨୫ ହଜାର ଟଙ୍କା। ପ୍ରଥମ ପର୍ୟ୍ୟାୟ ଆରମ୍ଭ ହୋଇ ସାରିଛି। ଏଥର କାମଚଳା ବଜେଟ୍ରେ କାଳିଆ ପାଇଁ ବ୍ୟୟ ବରାଦ ହୋଇଛି ୪୪୬୧ କୋଟି ଟଙ୍କା।
ବଜେଟ୍ରେ ପ୍ରମୁଖ ଯୋଜନାରେ ଯେଉଁ ଅର୍ଥ ବ୍ୟୟ ବରାଦ ହୋଇଛି ସେଗୁଡିକ ମଧ୍ୟରେ ରହିଛି, କୃଷି ଋଣରେ ସୁଧ ରିହାତି ୮୦୦ କୋଟି ଟଙ୍କା, ଆମ ଗାଁ ଆମ ବିକାଶ-ପିଠାରେ ୪୦୦ କୋଟି ଟଙ୍କା, ବସୁଧା ପାଇଁ ୨ହଜାର ୯୩୫ କୋଟି, ମଧୁବାବୁ ପେନ୍ସନରେ ୨ ହଜାର ୧୨୦ କୋଟି ଟଙ୍କା, ମିଶନ ଶକ୍ତିରେ ୩୦୧ କୋଟି ଟଙ୍କା, ମମତାରେ ୩୦୫ କୋଟି ଟଙ୍କା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣରେ ୮୬୪ କୋଟି ଟଙ୍କା, ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ୫ଶହ କୋଟି , ବିଜୁ ଯୁବ ବାହିନୀରେ ୧୦୫ କୋଟି ଟଙ୍କା, ପାର୍ବତୀଗିରି ବୃହତ୍ ଉଠାଜଳ ସେଚନରେ ୧ହଜାର ୭୭୭ କୋଟି ଟଙ୍କା, ଜଳକ୍ଷେତ୍ରରେ ଭିତ୍ତିଭୂମି ଉନ୍ନୟନ ପାଇଁ ୧ହଜାର ୪୬୫ କୋଟି ଟଙ୍କା, ସଡ଼କ ଉନ୍ନୟନରେ ୧ ହଜାର ୩୦୦ କୋଟି ଟଙ୍କା, ଟଙ୍କିକିଆ ଚାଉଳ ପାଇଁ ୧ ହଜାର ୨୮ କୋଟି ଟଙ୍କା, ଏସ୍ସିଏସ୍ଟି ଛାତ୍ରବୃତ୍ତି ପାଇଁ ୯୫୯ କୋଟି ଟଙ୍କା, ୩୩/୧୧ କେଭି ସବ୍ଷ୍ଟେସନ ପାଇଁ ୫୩୩ କୋଟି ଟଙ୍କା, ବିଜୁ ସେତୁ ପାଇଁ ୫୦୦ କୋଟି ଟଙ୍କା, ରାଜ୍ୟରେ ରେଳବାଇର ବିକାଶ ପାଇଁ ୪୧୦ କୋଟି ଟଙ୍କା, ଉନ୍ନତି ପାଇଁ ୪୦୧ କୋଟି ଟଙ୍କା ଓ ଆଡିବନ୍ଧ ନିର୍ମାଣ ପାଇଁ ୩୫୭ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି।
ଏହାସହ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପାଇଁ ୩୫୦ କୋଟି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୩ଶହ କୋଟି, ବିହନ ଓ ସାର ପାଇଁ କର୍ପସ ପାଣ୍ଠିରେ ୨୬୦ କୋଟି ଟଙ୍କା, ଭୂତ୍ତଳଜଳ ଉତ୍ତୋଳନ ୨୫୦ କୋଟି ଟଙ୍କା, ଏସ୍ସିଏସ୍ଟି ଛାତ୍ରବାସ ନିର୍ମାଣ ପାଇଁ ୨୨୭ କୋଟି ଟଙ୍କା, ରାଜ୍ୟରାଜପଥ ଉନ୍ନୟନ ପ୍ରକଳ୍ପ ପାଇଁ ୨ଶହ କୋ ଟଙ୍କା ବ୍ୟୟ ବରାଦ ହୋଇଛି।
ଅନ୍ୟପଟେ କାମଚଳା ବଜେଟ୍ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି ଏହା ବିକାଶମୂଳକ ବଜେଟ୍ ।

Share

Leave a Reply

Your email address will not be published. Required fields are marked *

3 + 2 =