ଆସନ୍ତାକାଲି ଭାରତ-ଇଂଲଣ୍ଡ ଦ୍ବିତୀୟ ଟି-20

କାର୍ଡିଫ (): ଆସନ୍ତାକାଲି ଭାରତ-ଇଂଲଣ୍ଡ ମଧ୍ୟରେ ଦ୍ବିତୀୟ ଟି-୨୦ ମ୍ୟାଚ୍ ଅନୁଷ୍ଠିତ ହେବ । ପ୍ରଥମ ମ୍ୟାଚ୍ ଜିଣି ବିରାଟ କୋହଲିଙ୍କ ଟିମ ଇଣ୍ଡିଆ ୧-୦ରେ ଅଗ୍ରଣୀ ରହିଛି । ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ପରବର୍ତ୍ତୀ ଦୁଇଟି ମ୍ୟାଚ ଖେଳିବାକୁ ଥିବାରୁ ସିରିଜ୍ ପାଇଁ ସୁଯୋଗ ରହିଛି । ତେଣୁ ଆସନ୍ତାକାଲି ମ୍ୟାଚ୍ ଉଭୟ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ । ଏହି ମ୍ୟାଚ୍ ଜିଣିଲେ ଭାରତ ସିରିଜ୍ ଅକ୍ତିଆର କରିବ । ସେହିପରି ଇଂଲଣ୍ଡ ମ୍ୟାଚ୍ ଜିଣି ବରାବର ସ୍ଥିତି ସହ ପରବର୍ତ୍ତୀ ମ୍ୟାଚ୍ ଜିଣି ସିରିଜ କବଜା କରିବାକୁ ଚେଷ୍ଟା କରିବ । ଶେଷଥର ପାଇଁ ଭାରତ ୨-୧ରେ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା ।

ପ୍ରଥମ ମ୍ୟାଚ୍ ଭଳି ଦ୍ବିତୀୟ ମ୍ୟାଚ୍ ମଧ୍ୟ ଭାରତୀୟ ସମୟ ରାତି ୧୦ଟାରେ ଆରମ୍ଭ ହେବ । ଦଳୀୟ ପ୍ରଦର୍ଶନକୁ ଦେଖିଲେ ପ୍ରଥମ ଟି-୨୦ରେ ଭାରତର ପ୍ରଦର୍ଶନ କମାଲ ରହିଥିଲା । ସ୍ପିନର କୁଲଦୀପ ଯାଦବ ଓ କେ ଲେ ରାହୁଲଙ୍କ ବଳରେ ହିଁ ଭାରତ ସହଜରେ ବିଜୟୀ ହୋଇଥିଲା । ତେବେ ଇଂଲଣ୍ଡର ଓପନର ଜାସନ ରୟ ଏବେବି ଭାରତ ପାଇଁ ଚିନ୍ତାର କାରଣ ହୋଇଛି । କାରଣ ପୂର୍ବ ମ୍ୟାଚରେ ଇଂଲଣ୍ଡ ୧୦ ଓଭରରେ ୯୦ରୁ ଉର୍ଦ୍ଧ୍ବ ରନ୍ କରି ମାତ୍ର ୧ ୱିକେଟ ହରାଇଥିଲା । ଲାଗୁ ଥିଲା ୨୦୦ରୁ ଉର୍ଦ୍ଧ୍ବ ସ୍କୋର ହେବ । ମାତ୍ର କୁଲଦୀପଙ୍କ ଯାଦୁକାରୀ ବୋଲିଂ ବଳରେ ଏହା ସମ୍ଭବ ହୋଇପାରିନଥିଲା । ତେଣୁ ଇଂଲଣ୍ଡର ଏହି ଦୁଇ ବ୍ୟାଟ୍ସ୍ମ୍ୟାନଙ୍କ ବ୍ୟତୀତୀ ମୋର୍ଗାନ୍,ହୋଲ୍ସ, ବେୟାରଷ୍ଟୋଙ୍କୁ ଦେଖିଚାହିଁ ବୋଲିଂ କରିବାକୁ ପଡିବ ।

ଅନ୍ୟପକ୍ଷରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଫର୍ମରେ ରହିଛନ୍ତି । ରୋହିତ ଶର୍ମା, ଧାୱନ, ଲୋକେଶ ରାହୁଲ, ବିରାଟ କୋହଲି, ସୁରେଶ ରାଇନା ଓ ମହେନ୍ଦ୍ର ସିଂ ଧୋନି ଯେକୌଣସି ବୋଲରଙ୍କୁ ଧୂଲେଇ କରିବାକୁ ସିଦ୍ଧହସ୍ତ । ତେଣୁ ଆସନ୍ତାକାଲି ମ୍ୟାଚରେ ଭାରତୀୟଙ୍କ ପ୍ରଦର୍ଶନ କିପରି ରହୁଛି ତାହା ଦେଖିବାକୁ ବାକି ରହିଲା ।

Share

Leave a Reply

Your email address will not be published. Required fields are marked *

13 − eight =