ଓଡ଼ିଶାରେ ଏଫ୍‌ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ସମୟରେ କଳିଙ୍ଗ ଷ୍ଟାଡିୟମ୍‌କୁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିବା ଲାଗି ଟିପିସିଓଡିଏଲ୍ ପ୍ରସ୍ତୁତ

ଭୁବନେଶ୍ୱର: ଭାରତର ସର୍ବବୃହତ ସମନ୍ୱିତ ବିଦ୍ୟୁତ୍ କଂପାନି ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଆନ୍ତର୍ଜାତିକ ସ୍ତରର କ୍ରୀଡ଼ା କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ଭିତିଭୂମି ପ୍ରଦାନ କରିବାରେ ସହଯୋଗ କରୁଥିବାରୁ ଗର୍ବିତ ମନେ କରୁଛି । ସମ୍ମାନଜନକ ଫେଡେରେସନ୍ ଇଟଂରନ୍ୟାସନାଲେ ଡି ହକି (ଏଫ୍‌ଆଇଏଚ୍‌) ପୁରୁଷଙ୍କ ହକି ବିଶ୍ୱକପ୍ ଓଡ଼ିଶାକୁ ପୁଣି ଥରେ ପ୍ରତ୍ୟାବର୍ତନ କରୁଥିବା ବେଳେ ଏହି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମରେ ଖେଳା ଯିବାକୁ ଥିବା ଦିବାରାତ୍ର ମ୍ୟାଚ୍‌ଗୁଡ଼ିକ ପାଇଁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌କୁ ଭଲ ଭାବେ ଆଲୋକିତ କରିବା ଲାଗି ଆବଶ୍ୟକ ବିଦ୍ୟୁତ୍ ଭିତିଭୂମି ଗଠନ କରି ଭରସାଯୋଗ୍ୟ ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣକୁ ନିଶ୍ଚିତ କରିବା ଲାଗି ଟିପିସିଓଡିଏଲ୍ ପ୍ରତ୍ୟକ୍ଷ ଏବଂ ନିରନ୍ତର ଭାବେ କାର୍ଯ୍ୟ କରୁଛି ।
“ଓଡ଼ିଶା ପାଇଁ ଏହା ହେଉଛି ଏକ ଗୌରବର ମୁହୂର୍ତ । ପୁରୁଷଙ୍କ ହକି ବିଶ୍ୱକପ୍ ୨୦୨୩ ସମୟରେ ଭରସାଯୋଗ୍ୟ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ କରିବା ଏବଂ ରାଜ୍ୟକୁ ଗର୍ବିତ କରିବା ଲାଗି ଆମେ ପ୍ରସ୍ତୁତ ରହିଛୁ । ଏହି ଟୁର୍ଣ୍ଣାମେଂଟ୍ ସମୟରେ ସୁଚାର ରୂପେ ବିଦ୍ୟୁତ୍ ଯୋଗାଣକୁ ନିଶ୍ଚିତ କରିବା ଲାଗି ଆମେ ପ୍ରତ୍ୟକ୍ଷ ଭାବେ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରୁଛୁ ବୋଲି ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍‌ର ସିଇଓ ଶ୍ରୀଯୁକ୍ତ ଏମ୍ ସେନ୍‌ବାଗମ୍ କହିଛନ୍ତି ।’’
ବିବିଧ ଉତ୍ସରୁ ଷ୍ଟାଡିୟମ୍‌କୁ ବିଦ୍ୟୁତ୍ ଯୋଗାଣ କରିବା ଲାଗି ଯୋଜନାବଦ୍ଧ ଭାବେ ବହୁ ପୂର୍ବରୁ ଏହି କ୍ରୀଡ଼ା କାର୍ଯ୍ୟକ୍ରମ ପାଇଁ ଟିପିସିଓଡିଏଲ୍ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଥିଲା । ଷ୍ଟାଡିୟମ୍‌କୁ ଗୋଟିଏ ଉତ୍ସର୍ଗୀକୃତ ପ୍ରାଇମେରି ସବ୍ ଷ୍ଟେସନ୍ (ପିଏସ୍‌ଏସ୍‌)ରୁ ବିଦ୍ୟୁତ୍ ଯୋଗାଣ କରାଯିବାକୁ ଥିବା ବେଳେ ଅନ୍ୟ ଦୁଇଟି ପିଏସ୍‌ଏସ୍‌ର ବିକଳ୍ପ ବ୍ୟବସ୍ଥା ମଧ୍ୟ କରାଯାଇଛି । ସେଥିରୁ ଗୋଟିଏ ଭୂତଳ ତାର ଉତ୍ସକୁ ଅଳ୍ପ ସମୟ ମଧ୍ୟରେ ୟୁନିଟ୍ ୮ ପିଏସ୍‌ଏସ୍‌ରୁ ବିଛାଯାଇଛି ।
ଡିସକମ୍ ପକ୍ଷରୁ ପ୍ରତ୍ୟକ୍ଷ ଭାବେ ସମସ୍ତ ଫିଡର୍‌ର ରକ୍ଷଣାବେକ୍ଷଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରାଯାଇଛି ଏବଂ ଟ୍ରାନ୍ସଫରମର୍‌, ସ୍ୱିଚ୍‌ଗିୟର ଆଦି ଭଳି ଆବଶ୍ୟକ ସ୍ପେୟାର ପାର୍ଟସ୍‌, ଟୁଲ୍‌ସ ଓ ଉପକରଣକୁ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖିବାକୁ ମଧ୍ୟ ନିଶ୍ଚିତ କରାଯାଇଛି ଯଦ୍ୱାରା ଦରକାର ସମୟରେ ବିଦ୍ୟୁତ୍ ବିଭ୍ରାଟ ଭଳି ସ୍ଥିତିର ଅଳ୍ପ ସମୟ ଭିତରେ ମୁକାବିଲା କରାଯାଇପାରିବ ।
ଷ୍ଟାଡିୟମ୍‌କୁ ଆଲୋକିତ କରିବା ବ୍ୟତୀତ ଷ୍ଟାଡିୟମ ଭିତରେ ଥିବା ବିଭିନ୍ନ କୌତୁକ ସ୍ଥାନ ଯଥା ଫ୍ୟାନ୍ ଜୋନ୍‌, ଫୁଡ୍ ଜୋନ୍ ଏବଂ ରୋଡ୍ ଆର୍କ ଆଲୋକ ବ୍ୟବସ୍ଥାରେ ଯେଭଳି କୌଣସି ବିଭ୍ରାଟ ନହୁଏ ତାହାକୁ ନିଶ୍ଚିତ କରିବା ଲାଗି ଟିପିସିଓଡିଏଲ୍ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯଇଛି । ରେକର୍ଡ ସମୟ ଭିତରେ ଦୁଇଟି ଉତ୍ସର୍ଗୀକୃତ ଭ୍ରାମ୍ୟମାଣ ଟ୍ରାନ୍ସଫରମର୍ ସ୍ଥାପନ କରାଯାଇଛି । ଟିପିସିଓଡିଏଲ୍ ପକ୍ଷରୁ ଏକ୍‌ଜିକ୍ୟୁଟିଭ୍‌, ଇଞ୍ଜିନିୟର୍ ଓ ଲାଇନ୍‌ମ୍ୟାନ୍‌ମାନଙ୍କୁ ନେଇ ଉତ୍ସର୍ଗୀକୃତ ଟିମ୍ ଗଠନ କରାଯାଇଛି ଏବଂ ଖେଳ ସମୟରେ ଯେକୌଣସି ପ୍ରକାର ଜରୁରୀକାଳୀନ ବିଦ୍ୟୁତ୍ ଘଟଣାର ମୁକାବିଲା କରିବା ଲାଗି ସେମାନଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।
“ଟୁର୍ଣ୍ଣାମେଂଟ୍ ପାଇଁ ସମସ୍ତ ଦଳକୁ ଏବଂ ଏହି ହକି ମହୋତ୍ସବ ସମୟରେ ଶ୍ରେଷ୍ଠ ଖେଳ, ଖାଦ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ କୌତୁକ ସମେତ ଶ୍ରେଷ୍ଠ ସମୟକୁ ଉପଭୋଗ କରିବା ଲାଗି ଓଡ଼ିଶାର ସମସ୍ତ ନାଗରିକମାନଙ୍କୁ ଆମେ ଶୁଭକାମନା ଜଣାଉଛୁ ବୋଲି ଶ୍ରୀଯୁକ୍ତ ସେନ୍‌ବାଗମ କହିଛନ୍ତି ।’’

Share

Leave a Reply

Your email address will not be published. Required fields are marked *

13 − twelve =