ଝିଅକୁ ସୁନା ଓ ବେକାରିଙ୍କୁ ଭତ୍ତା, ଲୋଭ ଦେଖାଇଲେ ଆସାମ ସରକାର

ସାଧାରଣ ନିର୍ବାଚନ ପୂର୍ବରୁ ଆସାମ ସରକାର ରାଜ୍ୟର ଗରିବ ପରିବାରର ଝିଅଙ୍କୁ ବିବାହରେ ସୁନା ଦେବାକୁ ଘୋଷଣା କରିଛନ୍ତି। ବାର୍ଷିକ ୫ ଲକ୍ଷ ଟଙ୍କାରୁ କମ୍ ଆୟ ଲୋକଙ୍କ ଝିଅ ବାହାଘରରେ ଭରିଏ ଲେଖାଏଁ ସୁନା ଦିଆଯିବ। ଚଳିତ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ବଜେଟ୍ରେ ଏହି ଘୋଷଣା ହୋଇଛି। ସେହିପରି ଆହାର ସହାୟକ ଯୋଜନାରେ ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟର ୫୩ ଲକ୍ଷ ଖାଉଟିଙ୍କୁ ଟଙ୍କିକିଆ ଚାଉଳ ଦେବେ ସରକାର।
ସେହିପରି ମଧ୍ୟପ୍ରଦେଶରେ କୃଷି ଋଣ ଛାଡ଼ କରିଥିବା ନବ ନିର୍ବାଚିତ କଂଗ୍ରେସ ସରକାର ଆଗାମୀ ବଜେଟରେ ବି ଲୋଭନୀୟ ଘୋଷଣା କରିପାରନ୍ତି। ବେରୋଜଗାରଙ୍କ ପାଇଁ ଭତ୍ତା ବ୍ୟବସ୍ଥା ନେଇ ଯୋଜନା ଚାଲିଥିବା ସୂଚନା ମିଳିଛି। ରାଜ୍ୟର ବେରୋଜଗାରଙ୍କୁ ମାସିକ ୪ ହଜାର ଟଙ୍କାର ଭତ୍ତା ଦେବାକୁ ଚିନ୍ତା କରୁଛନ୍ତି କମଲନାଥ ସରକାର। ସେହିପରି ସେମାନଙ୍କ ପାଇଁ ଶହେ ଦିନର ସୁନିଶ୍ଚିତ କାମ ଦେବାକୁ ବି ଘୋଷଣା ହୋଇପାରେ। ଗତ ଗଣତନ୍ତ୍ର ଦିବସରେ ଏହି ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ କମଲ ନାଥ।

Share

Leave a Reply

Your email address will not be published. Required fields are marked *

5 × 2 =