ନବୀନଙ୍କୁ ଆର୍ଶିବାଦ କଲେ ସାଧୁ ସନ୍ଥ

ଭୁବନେଶ୍ବର () ଆଜି ଶତାଧିକ ହିନ୍ଦୁ ସାଧୁ ସନ୍ଥମାନେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଆର୍ଶିବାଦ ଦେଇଛନ୍ତି । 2019 ସାଧାରଣ ନିର୍ବାଚନରେ ନବୀନ ପୁଣି ଥରେ ବଡ ବିଜୟ ହାସଲ କରି ସରକାର ଗଠନ କରିବାକୁ ସାଧୁସନ୍ଥମାନେ ଆର୍ଶିବାଦ କରିଛନ୍ତି ।

ଉତ୍କଳ ସନାତନ ଧର୍ମ ପରିଷଦ ବ୍ୟାନରରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ସାଧୁମାନେ ତାଙ୍କୁ ପ୍ରଶଂସା କରିବା ସହ ପଂଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଶୁଭ ମାନସିଛନ୍ତି । ଗତ 20 ବର୍ଷ ଧରି ନବୀନଙ୍କ ନେୃତ୍ବରେ ହୋଇଥିବା ବିକାଶ ଏବଂ ତାଙ୍କ ନେତୃତ୍ବକୁ ଉଚ୍ଚ ପ୍ରଶଂସା କରିଛନ୍ତି ସାଧୁ ସନ୍ଥ ।

ଖୁବଶୀଘ୍ର ରାଜଧାନୀରେ ଅନୁଷ୍ଠିତ ହେବାକୁ ଥିବା ଉତ୍କଳ ସନାତନ ଧର୍ମ ପରିଷଦ ପକ୍ଷରୁ ଭୁବନେଶ୍ବରରେ ଏକ ସାଧୁ ସମ୍ମିଳନୀ ହେବାକୁ ଯାଉଛି । ଏହି ସମ୍ମିଳନୀରେ ଯୋଗ ଦେବାକୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀ ସାଧୁଙ୍କ ଆର୍ଶିବାଦ ପାଇବା ପରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

1 × 4 =