ଚୀନ୍ ମସୁଦ ଆଝାର୍କୁ ବଞ୍ଚାଉଛି କାହିଁକି ?

ପାକିସ୍ତାନ ପରେ ମୁଖା ଖୋଲୁଛି ଚୀନ୍ର । ଭାରତର ଶତ୍ରୁ ପଡ଼ୋଶୀ ପାକିସ୍ତାନକୁ ତ ପରୋକ୍ଷରେ ସାହାଯ୍ୟ କରୁଛି । ତା ସହିତ ଅନ୍ତର୍ଜାତୀୟ ସ୍ତରରେ ନେଉ ଭାରତ ବିରୋଧୀ ଆଭିମୁଖ୍ୟ । ଜୈସ୍-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ଜନ୍ମଦାତା ତଥା ମୁଖ୍ୟ ମସୁଦ ଆଝାରକୁ ଯେତେବେଳେ ବିଶ୍ୱର ଅଧିକାଂଶ ଦେଶ ଅନ୍ତର୍ଜାତୀୟ ଆତଙ୍କବାଦୀ ଭାବେ ଘୋଷଣା କରିବା ଲାଗି ଦାବି କରୁଥିବା ବେଳେ ଚୀନ୍ କିନ୍ତୁ ରାଜି ହେଉନାହିଁ । ଜାତିସଂଘ ସୁରକ୍ଷା ପରିଷଦରେ ଆମେରିକା, ବ୍ରିଟେନ୍ ଓ ଫ୍ରାନ୍ସ ଭଳି ଦେଶ ମାସୁଦକୁ ଆତଙ୍କୀ ଘୋଷଣା କରିବା ଲାଗି ଦାବି ଉଠାଇଥିବା ବେଳେ ଚୀନ୍ କହିଛି ଏଥିରେ କିଛି ବୈଷୟିକ ତ୍ରୁଟି ରହିଛି । ଯାହାଫଳରେ ଆଝାର ବିରୋଧରେ ଆସିଥିବା ପ୍ରସ୍ତାବ କାଟ୍ ଖାଇଛି । ଗତ ୧୦ ବର୍ଷ ମଧ୍ୟରେ ଚୀନ୍ ଚତୁର୍ଥଥର ଲାଗି ମସୁଦ ଆଝାରକୁ ବଞ୍ଚାଇ ଦେଇଛି । କହିଛି ବିନା ପ୍ରମାଣରେ କାହାକୁ ଏଭଳି ଭାବେ ଆତଙ୍କବାଦୀ ବୋଲି ଘୋଷଣା କରି ପାରିବା ନାହିଁ । ଜାତସଂଘ ସୁରକ୍ଷା ପରିଷଦରେ ଚୀନ୍ର ଭିଟୋ ପାଓ୍ଵାର ରହିଛି । ଯାହାକୁ ଭାରତ ବିରୋଧରେ ବ୍ୟବହାର କରୁଛି ଚୀନ୍ । ଏଥିରୁ ସ୍ପଷ୍ଟ ହେଉଛି ଯେ ଜୈସ ସଂଗଠନକୁ ପାକିସ୍ତାନ୍ ଭଳି ଚୀନ୍ର ବି ସମର୍ଥନ ରହିଛି ।

ଏସିଆ ମହାଦେଶରେ ଚୀନ୍ ଏକ ମହାଶକ୍ତିଶାଳୀ ରାଷ୍ଟ୍ର । ତାକୁ ଟକ୍କର ଦେଉଛି ଭାରତ । ତେଣୁ ଭାରତକୁ ଚେକ୍ ଦେବା ଲାଗି ପାକିସ୍ତାନ ସହିତ ହାତ ମିଳାଇଛି ଚୀନ୍ । ପୁଣି ତିବ୍ଦତ ପ୍ରସଙ୍ଗ ଓ ତିବ୍ଦତୀୟ ଗୁରୁ ଦଲାଲ ଲାମାଙ୍କୁ ଭାରତ ସମର୍ଥନ କରୁଛି । ତେଣୁ ପାକିସ୍ତାନ ଭଳି ସିଧାସଳଖ ନହେଲେ ବି ଚୀନ୍ ପାଲଟିଛି ଭାରତର ଶତ୍ରୁ । ଡ୍ରାଗନ୍ର ଡର ହେଉଛି, ଭାରତ ଯେଭଳି ଭାବେ ଆମେରିକା ଓ ରୁଷଆ ସହିତ ସମ୍ପର୍କ ବଢ଼ାଇ ଚାଲିଛି ସେଥିରେ ଚୀନ୍ର ପ୍ରତିପତ୍ତି କମିଯିବ ।

Share

Leave a Reply

Your email address will not be published. Required fields are marked *

seven + 6 =