ମୁହଁ ଖୋଲିଲେ କେଶବ ପ୍ରସାଦ

ଲକ୍ଷୌ: ଆସନ୍ତା ବର୍ଷ ଅର୍ଥାତ ୨୦୨୨ରେ ହେବାକୁ ଯାଉଛି ଉତ୍ତରପ୍ରଦେଶ ସାଧାରଣ ନିର୍ବାଚନ । ଯାହାକୁ ନେଇ ଏବେଠାରୁ ଆରମ୍ଭ ହେଲାଣି ଚର୍ଚ୍ଚା । ଜାତୀୟ ଗଣମାଧ୍ୟମରେ ଏବେଠାରୁ ମଧ୍ୟ ୟୁପି ରାଜନୀତି ହେଡଲାଇନ୍ସ ହେଉଛି । ନିକଟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ଚର୍ଚ୍ଚା ଆରମ୍ଭ ହୋଇଛି । ଆସନ୍ତା ନିର୍ବାଚନରେ ଦଳରେ ପରିବର୍ତ୍ତନ ଓ କ୍ଷମତାକୁ ନେଇ ବଡ଼ ପରିବର୍ତ୍ତନ ହେବ ବୋଲି କୁହାଯାଉଛି । ତେବେ ଏହାକୁ ନେଇ ମୁହଁ ଖୋଲିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଟ ନେତା କେଶବ ପ୍ରସାଦ ମୌର୍ଯ୍ୟ । ସେ କହିଛନ୍ତି କି ୨୦୨୨ ନିର୍ବାଚନରେ କେନ୍ଦ୍ରୀୟ ନେତୃ ମଣ୍ଡଳୀ ଓ ପ୍ରଧାନମନ୍ତ୍ରୀ ନିଷ୍ପତି ନେବେ । ସେ ଯାହାକୁ ଯେଉଁ ଦାୟିତ୍ୱ ଦେବେ ସେ ତାକୁ ବହନ କରିବେ । ଦଳ ଛାଡ଼ିଥିବା ବହୁ ପୁରୁଣା ସହଯୋଗୀଙ୍କୁ ପୁଣିଥରେ ଦଳକୁ ଫେରାଇ ଆଣିବା ଲାଗି ଯୋଜନା ଚାଲିଛି । ସେପଟେ ଓବିସି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି କେଶବ ପ୍ରସାଦ । ଦଳ ଉପରେ ଅମଙ୍ଗ ହୋଇଥିବା ଓବିସି ମାନଙ୍କୁ ମଧ୍ୟ ବୁଝାଶୁଝା କରାଯାଉଛି । ସେମାନେ ଦଳ ଉପରେ କୌଣସି ଖରାପ ଭାବିନାହାଁନ୍ତି ।

Share

Leave a Reply

Your email address will not be published. Required fields are marked *

four × 5 =