ସାଢେ ୪ଘଣ୍ଟା ଗୃହ କାର୍ଯ୍ୟ ଚାଲିବ: ବାଚସ୍ପତି

ଭୁବନେଶ୍ୱର() ଷୋଡ଼ଶ ବିଧାନସଭାର ଚତୁର୍ଥ ଅଧିବେଶନ ଲାଗି ଶୁକ୍ରବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଦୈନିକ ସାଢେ ୪ଘଣ୍ଟା ଗୃହ କାର୍ଯ୍ୟ ଚାଲିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ୨୯ ତାରିଖ ପୂର୍ବାହ୍ନ ୧୧ଟାରୁ ଅଧିବେଶନ ଆରମ୍ଭ ହେବ ।  ପ୍ରଥମ ଦିନ ଶୋକ ପ୍ରସ୍ତାବ ପରେ ଗୃହ ପ୍ରଥମ ସେସନ ମୁଲତବୀ ହେବ ।  ପ୍ରଥମ ଦିନ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଚାଲିବ ।  ଅନ୍ୟ ଦିନରେ ସକାଳ ୧୦ଟା ୩୦ରୁ ଅପରାହ୍ନ ୧ଟା ଓ ୩ଟାରୁ ୫ଟା ଗୃହ କାର୍ଯ୍ୟ ଚାଲିବ ।  ଦୈନିକ ମୋଟ ସାଢେ ୪ଘଣ୍ଟା ବିଧାନସଭା ଗୃହ କାର୍ଯ୍ୟ ଚାଲିବ ବୋଲି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ଆସନ୍ତାକାଲି ସକାଳ ୮ଟାରୁ ବିଧାନସଭା ପରିସରରେ କୋଭିଡ ପରୀକ୍ଷା କରାଯିବ ।

Share

Leave a Reply

Your email address will not be published. Required fields are marked *

eleven − 4 =