କର୍ତ୍ତବ୍ୟନିଷ୍ଠ ହୋଇ ଲୋକଙ୍କ ହୃଦୟ ଜିତିବାକୁ ମୋଦୀଙ୍କ ପରାମର୍ଶ

ନୂଆଦିଲ୍ଲୀ() ଖାକିର ଦମ ଦେଖାଇବା ଅପେକ୍ଷା, ଖାକିର କର୍ତ୍ତବ୍ୟ କରି ଗର୍ବ କର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଯୁବ ଆଇପିଏସ ଅଫିସରଙ୍କୁ ଗୁରୁମନ୍ତ୍ର ଦେବା ଅବସରରେ ମୋଦୀ ଏଭଳି କହିଛନ୍ତି । ହାଇଦ୍ରାବାଦସ୍ଥ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ପୁଲିସ ଏକାଡେମୀରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ଭିଡିଓ କନଫରେନ୍ସିଂରେ ଜରିଆରେ ମୋଦୀ ଯୁବ ଆଇପିଏସଙ୍କୁ ଏଭଳି ଗୁରୁମନ୍ତ୍ର ଦେଇଛନ୍ତି ।

ଏହି ଅବସରରେ ମୋଦୀ କହିଛନ୍ତି ଯେ, କରୋନା ବେଳେ ଡୁ୍ୟଟି କରି ପୁଲିସ ଲୋକଙ୍କ ସମ୍ମାନ ସାଉଁଟିଛି । ଖାକିର ଦମ ଦେଖାଇବା ଅପେକ୍ଷା, ଖାକିର କର୍ତ୍ତବ୍ୟ କରି ଗର୍ବ କର । ପ୍ରତ୍ୟହ ଯୋଗ ଓ ପ୍ରାଣାୟାମ କରି ଚାପ କମାଅ, କାମରେ ସଫଳତା ମିଳିବ । କୌଣସି କାମ ହୃଦୟ ଭିତରୁ କଲେ, ତାହା ସଫଳ ହେବା ସୁନିଶ୍ଚିତ । କର୍ତ୍ତବ୍ୟନିଷ୍ଠ ହୋଇ ଲୋକଙ୍କ ହୃଦୟ ଜିତିବାକୁ ମୋଦୀ ଯୁବ ଆଇପିଏଓଙ୍କୁ ପରାମର୍ଶ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

one × three =