ଟିକେଟ ନମିଳିବାରୁ ବିଜେଡି ଛାଡ଼ିଲେ ପ୍ରତ୍ୟୁଷା

ବିଜେଡି ଛାଡ଼ିଲେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ। ବିଜେଡିରୁ ଟିକେଟ କଟିବା ପରେ ସେ ଇସ୍ତଫା ଦେଇଛନ୍ତି। ଟିକେଟ ନ ମିଳିବାରୁ ଦୁଃଖ ପ୍ରକାଶ କରିଥିଲେ। ସେ ଆଶା ରଖିଥିଲେ ନୟାଗଡ଼ରୁ ବିଧାୟକ ପ୍ରାର୍ଥୀ ହେବେ। କିନ୍ତୁ ତାପୂର୍ବରୁ ସେ ଇସ୍ତଫା ଦେଇଛନ୍ତି। ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ମଧ୍ୟ ଇସ୍ତଫା ଦେଇଛନ୍ତି।

ଅନ୍ୟପଟେ ଅର୍କ କେଶରୀ ଦେଓ ଓ ପ୍ରତ୍ୟୁଷା ରାଜେଶ୍ୱରୀ ବିଜେପିରେ ମିଶିବା ସମ୍ଭାବନା ରହିଛି। ବିଜେଡିରୁ ଟିକେଟ ନମିଳିବାରୁ ସେମାନେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି । କିନ୍ତୁ ପୂର୍ବ ନିର୍ବାଚନକୁ ଦେଖିଲେ ଜଣାପଡୁଛି, ବିଜେଡି ବିଧାୟକ କିମ୍ବା ସାଂସଦ ଦଳ ଛାଡି ଅନ୍ୟ ଦଳରୁ ନିର୍ବାଚନ ଲଢିଲେ ବିଜୟ ସମ୍ଭାବନା ନଥାଏ । ୨୦୦୯ ନିର୍ବାଚନରେ ଅର୍ଚ୍ଚନା ନାୟକ ଓ ବ୍ରଜକିଶୋର ତ୍ରିପାଠୀ ବିଜେଡିରୁ ବାହାରି ବିଜେପି ଟିକେଟ୍ରେ ଲଢିଥିଲେ । କିନ୍ତୁ ଉଭୟ ହାରିଥିଲେ । ସେହିପରି ୨୦୦୪ରେ ରାମକୃଷ୍ଣ ପଟ୍ଟନାୟକ, କମଳା ଦାସ ଓ ନଳିନୀ ମହାନ୍ତି ବିଜେଡି ଛାଡି କଂଗ୍ରେସରୁ ଲଢିଥିଲେ । କେବଳ ନଳିନୀଙ୍କୁ ଛାଡିଦେଲେ ଅନ୍ୟ ଦୁଇ ଜଣ ନିର୍ବାଚନ ହାରିଥିଲେ ।

Share

Leave a Reply

Your email address will not be published. Required fields are marked *

14 + 8 =