ନକଲି ଗୁଇନ୍ଦା ଚିଠି : ବିଜେପି ନେତାଙ୍କୁ ନୋଟିସ

ଭୁବନେଶ୍ବର () ରାଜ୍ୟ ଗୁଇନ୍ଦା ବିଭାଗର ନକଲି ଚିଠି ପ୍ରସଙ୍ଗରେ ରାଜ୍ୟ ବିଜେପି ନେତାମାନେ ଏବେ ଅଡୁଆରେ ପଡିଛନ୍ତି । ବିଜେପିକୁ ଏହି ନକଲି ଚିଠି ପାଇଁ ନୋସିଟ କରିଛି କମିଶନରେଟ ପୋଲିସ । ଆସନ୍ତାକାଲି ସକାଳ ୧୦ ଟା ସମୟରେ ଖରବେଲାନଗର ଥାନାରେ ହାଜର ହେବା ସହ ତଥ୍ୟ ରଖିବାକୁ ନୋଟିସରେ ଉଲ୍ଲେଖ ରହିଛି । ବିଜେପି ଉପସଭାପତି ସମୀର ମହାନ୍ତି, ଗୋଲକ ମହାପାତ୍ର, ଟଙ୍କଧର ତ୍ରିପାଠୀଙ୍କୁ ପୋଲିସ ନୋଟିସ୍ ଜାରି କରିଛି । ଆସନ୍ତାକାଲି ସୁଦ୍ଧା ସମୀର ମହାନ୍ତି ଓ ଏହାର ଦୁଇ ଦିନ ମଧ୍ୟରେ ଗୋଲକ ମହାପାତ୍ର ଓ ଟଙ୍କଧର ତ୍ରିପାଠୀଙ୍କୁ ଖାରବେଳ ନଗର ଥାନାରେ ହାଜର ପାଇଁ କୁହାଯାଇଛି ।

ଗତ ସପ୍ତାହରେ ବିଜେପି ଏକ ସାମ୍ବାଦିକ ସମ୍ମିଳନୀରେ ଯେଉଁ ଯେଉଁ ଗୁଇନ୍ଦା ଚିଠି ଦେଖାଇଥିଲେ ତାହାର ଏକ କପି ଥାନାରେ ଦାଖଲ କରିବାକୁ ନୋଟିସ କରାଯାଇଛି। ବିଜେପି ନେତାଙ୍କୁ ନୋଟିସ କରାଯାଇ ଆସନ୍ତାକାଲି  ଖାରବେଳ ଥାନାରେ ହାଜର ସାମ୍ବାଦିକ ସମ୍ମିଳନୀରେ ଦର୍ଶାଇଥିବା ନକଲି ଚିଠିକୁ ଥାନାରେ ଉପସ୍ଥାପନ କରିବେ । ଏହାର ତଦନ୍ତ ପାଇଁ ଜୋନାଲ ୧ ର ଏସିପି ଙ୍କୁ ତଦନ୍ତ କରିବାକୁ ଦାୟିତ୍ବ ଦିଆଯାଇଛି। ସିଆରପିସିର ଚ୍ୟାପଟର 12 ଅନୁସାରେ ତାଙ୍କୁ ନୋଟିସ କରାଯାଇଛି ।

ନବୀନଙ୍କ ନିର୍ବାଚନମଣ୍ଡଳୀକୁ ନେଇ ଗୁଇନ୍ଦା ବିଭାଗ ଏକ ରିପୋର୍ଟ ରିପୋର୍ଟ ଦେଇଥିବା ଗତ 18 ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ଟଙ୍କଧର ତ୍ରିପାଠୀ ଦେଖାଇଥିଲେ । ଏହି ରିପୋର୍ଟ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି । ଏହା ଏକ ମିଥ୍ୟା ଓ ନକଲି ଚିଠି ବୋଲି ପୋଲିସ ମହାନିର୍ଦ୍ଦେଶକ ସ୍ପଷ୍ଟ କରିବା ସହ ଏଭଳି ନକଲି ଚିଠିର ପ୍ରଦର୍ଶନ ଅଭିଯୋଗରେ ରାଜ୍ୟ ଶାଖା ବିଜେପି ବିରୋଧରେ ଖାରବେଳନଗର ଥାନାରେ ଏକ ମାମଲା ହୋଇଛି । ଆଇପିସିର ଧାରା ୪୬୫,୪୬୮,୪୬୯,୪୭୧ରେ ମାମଲା ରୁଜୁ କରାଯାଇଛି।

Share

Leave a Reply

Your email address will not be published. Required fields are marked *

4 × three =