ବାତ୍ୟା ବେଳେ ବୈଜୟନ୍ତଙ୍କ ରାଜନୀତି ଚର୍ଚ୍ଚା

ଭୁବନେଶ୍ବର () ବିଜେଡିରୁ ବିତାଡିତ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ନବୀନ ପଟ୍ଟନାୟକଙ୍କ ଭୁତ ଛାଡୁନି । ବାତ୍ୟା ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବି ନବୀନ ପଟ୍ଟନାୟକ ଚିନ୍ତା ଘାରୁଛି । ତିତଲିକୁ ନେଇ ଯେଉଁ ସମୟରେ ଉପକୂଳ ଓଡିଶାର 13ଟି ଜିଲ୍ଲା ଆତଙ୍କିତ ହୋଇ ରହିଥିଲା, ଆଉ ସରକାର ପ୍ରକୃତି ସହ ଲଢେଇ ପାଇଁ ସଜବାଜ ହେଉଥିଲେ, ସେ ସମୟରେ ରାଜ୍ୟର ତଥାକଥିତ ଅନୁଭବୀ, ଅଭିଜ୍ଞ ଓ ପାରଦର୍ଶୀ ନେତା ବୈଜୟନ୍ତ ପଣ୍ଡା ଦିଲ୍ଲୀରେ ରୁବେନ ବାନାର୍ଜୀଙ୍କ ଦ୍ବାରା ଲିକ୍ଷିତ ନବୀନ ପଟ୍ଟନାୟକ ପୁସ୍ତକ ଉପରେ ଆଲୋଚନା କରୁଥିଲେ ।

ଅକ୍ଟୋବର 10 ତାରିଖ ସନ୍ଧ୍ୟା ସାତଟା । ନିଜେ ମୁଖ୍ୟନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳାୟରେ ଅତି ଭୟଙ୍କର ବାତ୍ୟା ତିତଲିର ମୁକାବିଲା ଓ ଜିରୋ କାଜୁଆଲିଟି ମିଶନ ନେଇ ଅଫିସରଙ୍କ ସହ ରଣନୀତି ପ୍ରସ୍ତୁତ କରୁଥିଲେ । ପରେ ବାତ୍ୟା ପ୍ରସ୍ତୁତିର ତର୍ଜମା କରିବାକୁ ଗଲେ ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ । ଆଉ ଠିକ ସେହି ସମୟରେ ବୈଜୟନ୍ତ ବାବୁ ନବୀନଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକର ଉଦଘାନଟ ପାଇଁ ଆୟୋଜିତ ଆଲୋଚନାଚକ୍ରରେ ବସି ତାଙ୍କ ବିରୋଧରେ ବିଷୋଦଗାର କରୁଥିଲେ ।

ବୈଜୟନ୍ତଙ୍କ ସେ ସମୟର ଏହି ଦୃଶ୍ୟକୁ ଜୁଗରନଟ ବୁକ୍ସ୍ ପକ୍ଷରୁ ଫେସବୁକରେ ଲାଇଭ କରାଯାଉଥିଲା । ଆଉ ନିଜେ ଏହି ପୁସ୍ତର ଲେଖକ ରୁବେନ ତାକୁ ସେୟାର କରିଥିଲେ । ବିପର୍ଯ୍ୟୟ ସମୟରେ ସାଧାରଣ ଲୋକଙ୍କ ସହ ନରହି ରାଜନୀତି ଚର୍ଚ୍ଚା କରୁଥିବା ଏଭଳି ଜଣେ ବ୍ୟକ୍ତିତ୍ବ ଆଗାମୀ ଦିନରେ ନବୀନଙ୍କ ହାତରୁ କ୍ଷମତାର ଡୋରି ଛଡାଇ ଆଣିବାକୁ ସ୍ବପ୍ନ ଦେଖୁଛି । ଏଇଥିରୁ ଏହି ବ୍ୟକ୍ତିଙ୍କ ମାନସିକତା ଓ ଚରିତ୍ର ସହଜେ ଅନୁମେୟ । ଏଥିରୁ ବୁଝାପଡୁଛି ଯେ, ସେ ଜଣେ ଅତ୍ୟନ୍ତ ସୁବିଧାବାଧୀ ଓ ନିନ୍ଦୁକ ଶ୍ରେଣୀର ରାଜନେତା । ତାଙ୍କର ଏହି ହୀନ ଚକ୍ରାନ୍ତ ଓ ଅପରିଣାମଦର୍ଶିତାକୁ ରାଜ୍ୟବାସୀ ଚିହ୍ନି ଠିକଣା ସମୟରେ ଠିକଣା ଜବାବ ଦେବେ ।

Share

Leave a Reply

Your email address will not be published. Required fields are marked *

five × 4 =