କୈଳାସ ଖେରଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ

ଜଣେ ପରେ ଜଣେ ସେଲିବ୍ରିଟିଙ୍କ ବିରୋଧରେ ଚାଞ୍ଚଲ୍ୟକର ଯୌନ ଉତ୍ପୀଡ଼ନ ଅଭିଯୋଗ ସବୁ ମହଲରେ ହଇଚଇ ସୃଷ୍ଟି କଲାଣି। ଆଜି ଜଣାଶୁଣା ଗାୟିକା ସୋନା ମହାପାତ୍ର ବି ଏଥିରେ ସାମିଲ ହୋଇଛନ୍ତି। ସେ ସଂଗୀତଜ୍ଞ କୈଳାସ ଖେରଙ୍କ ବିେରାଧରେ ଯୌନ ନିର‌୍ୟାତନା ଅଭିଯୋଗ ଆଣିଛନ୍ତି। ସୋନା ଆଜି ଏନେଇ ଟ୍ବିଟ୍ କରି କହିଛନ୍ତି ଯେ କୈଳାସଙ୍କୁ ସେ ପ୍ରଥମେ ମୁମ୍ବାଇର ଏକ କଫି ସପରେ ଭେଟିଥିଲେ। ଏକ କନସର୍ଟ ବାବଦରେ ସେଠାରେ ସେ କୈଳାସଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ସମୟରେ କୈଳାସ ସୋନାଙ୍କ ଜଂଘ ଉପରେ ହାତ ରଖି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏବଂ ତାଙ୍କୁ ବହୁତ ସୁନ୍ଦରୀ ବୋଲି କହିଥିବା ସୋନା ଟ୍ବିଟ୍ କରିଛନ୍ତି। କୈଳାସଙ୍କ ଏଭଳି ଆଚରଣ ଦେଖି ସେ ସତର୍କ ହୋଇଯାଇଥିଲେ ଏବଂ ଯଥାଶୀଘ୍ର େସହି ସ୍ଥାନ ଛାଡ଼ି ଦେଇଥିଲେ ବୋଲି ସୋନା କହିଛନ୍ତି।

Share

Leave a Reply

Your email address will not be published. Required fields are marked *

12 + fifteen =