ଛତିଶଗଡ଼ ଓ ମହାରାଷ୍ଟ୍ରରେ କଂଗ୍ରେସର ବାଜିମାତ୍

ପଶ୍ଚିମବଙ୍ଗର ଆସାନସୋଲର ଲୋକସଭା ଆସନ ଓ ବାଲିଗଞ୍ଜର ବିଧାନସଭା ଆସନ ସମେତ ଛତିଶଗଡର ଖଇରାଗଡ, ବିହାରର ବୋଚାହନ ଏବଂ ମହାରାଷ୍ଟ୍ରର ଉତ୍ତର କୋହ୍ଲାପୁର ବିଧାନସଭା ଆସନ ପାଇଁ ଉପ-ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। କୌଣସି ଆସନରେ ବି ବିଜେପି ଖାତା ଖୋଲିପାରି ନାହିଁ ।

ପଶ୍ଚିମବଙ୍ଗରେ ଆସାନସୋଲ ଲୋକସଭା ଆସନ ଏବଂ ବାଲିଗଞ୍ଜ ବିଧାନସଭା ଉପନିର୍ବାଚନରେ ​​ଟିଏମସି ବିଜୟୀ ହୋଇଛି । ଅଭିନେତା ରୁ ରାଜନେତା ପାଲଟିଥିବା ଶତ୍ରୁଘ୍ନ ସିହ୍ନା ଆସାନସୋଲରୁ ଜିତିଛନ୍ତି | ଟିଏମସି ପ୍ରଥମ ଥର ପାଇଁ ଆସାନସୋଲ ଲୋକସଭା ଆସନ ଜିତିଛି। ଏଥି ସହିତ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିଓ ମଧ୍ୟ ବାଲିଗଞ୍ଜ ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି। ବାମପନ୍ଥୀ ପ୍ରାର୍ଥୀ ସାଇରା ଶାହା ହଲିମ ବାଲିଗଞ୍ଜ ଆସନରୁ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

ଅନ୍ୟପକ୍ଷରେ ଛତିଶଗଡର ଖଇରାଗଡ ଆସନରେ କଂଗ୍ରେସ ପ୍ରାର୍ଥୀ ଯଶୋଦା ବର୍ମା ୧୫ ହଜାରରୁ ଅଧିକ ଭୋଟରେ ଆଗୁଆ ଥିବାବେଳେ ବିଜେପି ପଛରେ ରହିଛି, ଯାହା ପରେ କଂଗ୍ରେସର ଏହି ଆସନରେ ବିଜୟ ନିଶ୍ଚିତ ହୋଇଛି। ଏହି ଟ୍ରେଣ୍ଡ ସାମ୍ନାକୁ ଆସିବା ପରେ ଯଶୋଦା ବର୍ମା ଏକ ବିବୃତ୍ତିରେ କହିଛନ୍ତି ଯେ ଆମେ ଜିତିଛୁ।

ବିହାରର ବୋଚାହାନ ଆସନ ବିଷୟରେ କହିବାକୁ ଗଲେ, ଆରଜେଡି ଏଠାରେ ଜିତୁଥିବା ଦେଖାଯାଉଛି | ୧୯ ତମ ରାଉଣ୍ଡ ପରେ ଆରଜେଡି ପ୍ରାର୍ଥୀ ଅମର ପାସୱାନ୍ ୨୭,୧୨୯ ଭୋଟରେ ଆଗୁଆ ଥିବାବେଳେ ବିଜେପିର ବେବି କୁମାରୀ ପଛରେ ପଡ଼ିଛନ୍ତି । ବୋଚାହାନ ସିଟରେ ଆରଜେଡିର ବିଜୟ ନିଶ୍ଚିତ ଥିବା ଜଣାପଡିଛି।

ମହାରାଷ୍ଟ୍ରରେ କୋହ୍ଲାପୁର ଉତ୍ତର ବିଧାନସଭା ଉପ-ନିର୍ବାଚନ ପାଇଁ ଫଳାଫଳ ଘୋଷଣା କରାଯାଇଛି। କଂଗ୍ରେସ ପ୍ରାର୍ଥୀ ଜୟଶ୍ରୀ ଯାଦବ ଏଠାରେ ଏକ ବଡ଼ ବିଜୟ ହାସଲ କରିଛନ୍ତି। ଜୟଶ୍ରୀ ଯାଦବ ପ୍ରଥମ ରାଉଣ୍ଡ ଗଣନାରୁ ୨୬ ତମ ରାଉଣ୍ଡ ପର୍ଯ୍ୟନ୍ତ ଅଗ୍ରଣୀ ରହିଥିଲେ | ସୂଚନାନୁସାରେ, ଜୟଶ୍ରୀ ବିଜେପିକୁ ବଡ଼ ବ୍ୟବଧାନରେ ପରାସ୍ତ କରିଛନ୍ତି। ଏଥି ସହିତ, ଫଳାଫଳ ବାହାରିବା ପରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଜୟଶ୍ରୀଙ୍କ ଘର ବାହାରେ ବାଣ ଫୁଟାଇ ବିଜୟ ଉତ୍ସବ ମନାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

19 − 7 =