ସତ୍ୟଙ୍କ ନେତୃତ୍ବକୁ ମାନିବାକୁ ନାରାଜ

ଭୁବନେଶ୍ବର (): ନବଗଠିତ ପ୍ରଦେଶ କଂଗ୍ରେସର ମିଡିଆ କମିଟିକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି । ଏହି କମିଟିରେ ପୁରୁଖା କଂଗ୍ରେସ ନେତା ଯେଉଁମାନେ ଦଳର ଭାବମୂର୍ତ୍ତିକୁ ପୂର୍ବରୁ ସୁରକ୍ଷା ଦେଉଥିଲେ ସେମାନଙ୍କୁ ଦୂରେଇ ରଖାଯାଇଥିବା ଅଭିଯୋଗ ହୋଇଛି । ଏହିକ୍ରମରେ ଦଳର ବରିଷ୍ଠ ନେତା ତଥା ଉପସଭାପତି କୈଳାସ ଆଚାର୍ଯ୍ୟ ସୋସିଆଲ୍ ମିଡିଆରେ ପ୍ରତିକ୍ରିୟା ରଖିଥିବା ବେଳେ ନୂଆକରି ସଦସ୍ୟଭାବେ ସ୍ୱୀକୃତି ପାଇଥିବା ଦେବୀ ପୃଷ୍ଟି ପଦବୀରୁ ଓହରିଯିବା ପାଇଁ ଉଲ୍ଳେଖ କରିଛନ୍ତି ।

ସାମ୍ବାଦିକ ସତ୍ୟପ୍ରକାଶ ନାୟକ କଂଗ୍ରେସରେ ଯୋଗ ଦେବା ପରେ ମିଡିଆ ସେଲ୍ର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ । ଏହାପରେ ତାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଘୋଷଣାପ ପାଇଁ ଉଦ୍ୟମ ହୋଇଥିଲା । କିନ୍ତୁ ତାହା ଦୀର୍ଘଦିନ ହେଲା ଅସଫଳ ରହିବା ପରେ ଶେଷରେ ଏଆଇସିସି ସଭାପତି ରାହୁଲ୍ ଗାନ୍ଧୀଙ୍କ ଅନୁମୋଦନ ଶନିବାରଦିନ ଲାଭ କରିଛି । ଯେଉଁଥିରେ ସତ୍ୟଙ୍କୁ ମିଶାଇ ୩୦ଜଣ ପୁରୁଖା ଓ ଯୁବ ନେତାଙ୍କ ମିଡିଆ ସେଲ୍ରେ ସାମିଲ୍ କରାଯାଇଛି । ବରିଷ୍ଠ ମୁଖପାତ୍ର, ମୁଖପାତ୍ର ଏବଂ ମିଡିଆ ସଂଯୋଜକଙ୍କୁ ନିଯୁକ୍ତି ଦିଆଯାଇ ଟିମ୍ର କଳେବର ବୃଦ୍ଧି କରାଯାଇଥିଲା । ସବୁ ବର୍ଗର ନେତାଙ୍କୁ ଏଥିରେ ସଦସ୍ୟ ଭାବେ ଗ୍ରହଣ କରାଯାଇଥିବା ଉଦ୍ୟମ ହୋଇଥିଲେ ମଧ୍ୟ ଟିମ୍ ଘୋଷଣା ଦିନଠୁ ହିଁ ଅସନ୍ତୋଷ ଆରମ୍ଭ ହୋଇଯାଇଛି । ମୁଖପାତ୍ର ଭାବରେ ମନୋନୀତ ଦେବୀ ପୃଷ୍ଟି ସଙ୍ଗେ ସଙ୍ଗେ ଏହି ପଦବୀ ଗ୍ରହଣ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି ।

ପୂର୍ବତନ ମିଡିଆ ସେଲ୍ ଅଧ୍ୟକ୍ଷ ତଥା ଏବେ ଦଳର ଉପସଭାପତି କୈଳାସ ଆଚାର୍ଯ୍ୟ ଟ୍ୱିଟରରେ କହିଛନ୍ତି, ନବଘୋଷିତ ଟିମ୍ରେ ଅନେକ ନୂଆ ମୁହଁକୁ ଦେଖିବାକୁ ମିଳିଛି । ଏମାନଙ୍କୁ ଚିହ୍ନିବା କଷ୍ଟକର ତଥାପି ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ସାଂସଦ ରଞ୍ଜୀବ ବିଶ୍ବାଳ, ଏଆଇସିସି ସମ୍ପାଦକ ଶରତ ରାଉତ ଓ ବିଶ୍ୱରଞ୍ଜନ ମହାନ୍ତି ଏବଂ ସୋସିଆଲ୍ ମିଡିଆ ଅଧ୍ୟକ୍ଷ ଅଭିଷେକ ମହାନନ୍ଦଙ୍କୁ ସାମିଲ୍ କରାଯାଇଥିଲେ ଟିମ୍ ଅଧିକ ପୁଷ୍ଟିସମ୍ପନ୍ନ ହୋଇପାରି ଥାଆନ୍ତା ।

ପ୍ରଫେସର ଆଚାର୍ଯ୍ୟଙ୍କ ଏହି ମତ ବୟାନ କରୁଛି ଯେ, ମିଡିଆ ସେଲ୍ରେ ଯାହା ଚାଲୁଛି ସେଥିରେ ଅସନ୍ତୋଷ ରହିଛି । ଯେଉଁମାନେ ଗଣମାଧ୍ୟମରେ ଦିନେ କଂଗ୍ରେସର ଆଖି ନାକକାନ ହୋଇ ରହିଥିଲେ ସେମାନଙ୍କୁ ଉପେକ୍ଷା କରାଯାଇଛି । ଯଦି ଯୁବ କଂଗ୍ରେସର ସ୍ମୃତିରଞ୍ଜନ ଲେଙ୍କାଙ୍କୁ ମିଡିଆ ସେଲ୍ର ସଦସ୍ୟ କରାଯାଇଛି ତେବେ ଏଆଇସିସି ସମ୍ପାଦକ ଭାବରେ କାର୍ଯ୍ୟ କରୁଥିବା ଶରତ ରାଉତ ଏବଂ ବିଶ୍ବରଞ୍ଜନ ମହାନ୍ତିଙ୍କୁ ଏଥିରୁ କାହିଁକି ବାଦ୍ ଦିଆଯାଇଛି? ଦଳର ପକ୍ଷରୁ ସେମାନେ ମତାମତ ରଖିବା ପାଇଁ ଯୋଗ୍ୟ ବୋଲି ମଧ୍ୟ କଂଗ୍ରେସ ବରିଷ୍ଠ ନେତାମାନେ କହିଛନ୍ତି । ସୋସିଆଲ୍ ମିଡିଆ ସେଲ୍ର ଅଧ୍ୟକ୍ଷ ଥିବା ଅଭିଷେକ ମଧ୍ୟ ଅନେକ ସମୟରେ ଟିଭି ପ୍ୟାନେଲ୍ରେ ଦଳର ଭାବମୂର୍ତ୍ତି ରକ୍ଷା କରୁôଥବାରୁ ଏବେ ଆଗକୁ କଂଗ୍ରେସର ଭାବମୂର୍ତ୍ତି ରକ୍ଷା କରିବା ପାଇଁ ଲୋକଙ୍କ ଅଭାବ ଦେଖାଦେବ ବୋଲି ଆଶଙ୍କା ଉପୁଜିଛି ।

Share

Leave a Reply

Your email address will not be published. Required fields are marked *

one × 4 =