ପସ୍ତାଉଛନ୍ତି ଦାମ, ଫୋନ ଧରୁନାହାନ୍ତି ଧର୍ମେନ୍ଦ୍ର

ଭୁବନେଶ୍ୱର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ବିଷୋଦଗାର କରି ଦଳ ଛାଡି ବିଜେପିରେ ଯୋଗ ଦେଇଥିବା ବରିଷ୍ଠ ନେତା ଦାମୋଦର ରାଉତ ଏବେ ଘୋର ଅନୁତାପର ଅଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଉ ତାଙ୍କ ଫୋନ ଉଠାଉ ନାହାଁନ୍ତି । ଏପରି ଦଳର ରାଜ୍ୟ ନେତା ଓ ଏପରିକି କାର୍ଯ୍ୟକର୍ତ୍ତାମାନେ ବି ତାଙ୍କ ଫୋନ ଧରୁନାହାଁନ୍ତି । ଆଜି କିଛି ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଦାମ ଏଭଳି ଅନୁତାପ କରିଛନ୍ତି ।

ବିଜେପିକୁ ଯିବେ ବୋଲି ନବୀନ ପଟ୍ଟନାୟକଙ୍କ ବିରୋଧରେ ନାନା ଅଭିଯୋଗ କଲେ । ଦଳରେ ଥାଇ ବିଜେଡି ବିରୋଧରେ କହି ବିରୋଧୀ ଦଳକୁ ଖୋରାକ ଯୋଗାଇଲେ । ନିଜକୁ ନବୀନଙ୍କ ପ୍ରତିଦ୍ୱନ୍ଦୀ ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ ହେବାକୁ ଲୋଭ କଲେ । କେତେବେଳେ ସିବିଆଇ କଥା ତ କେତେବେଳେ ଦୁର୍ନୀତି କଥା ତ ପୁଣି କେତେବେଳେ ତୃତୀୟ ମହାଲର ଅଫିସରଙ୍କୁ ବଦନାମ କରିବାକୁ ଚେଷ୍ଟା କଲେ । ନିର୍ବାଚନ ପୂର୍ବରୁ ଦାମ ଏଭଳି କଥା କହି ଗଣମାଧ୍ୟମରେ ଚର୍ଚ୍ଚାରେ ରହିଲେ । ରାଜନୀତିରେ ନିଜେ ପଦ ପଦବୀ ଲୋଭରେ ପୁଅ ସମ୍ବିତ ରାଉତଙ୍କ ରାଜନୈତିକ ଭବିଷ୍ୟତ କଥା ବି ଚିନ୍ତା କଲେନି ।

ଦଳ ବିରୋଧୀ କାମ ପାଇଁ ଦଳରୁ ବହିଷ୍କୃତ ହେବା ପରେ ପ୍ରଥମ ଘୋଷଣା କଲେ ଯେ କୌଣସି ଦଳକୁ ନଯାଇ ନବୀନଙ୍କ ବିରୋଧରେ ପ୍ରଚାର କରିବେ । ଶେଷରେ ବିଜୁ ବାବୁଙ୍କ ଶିଶ୍ୟ ବୋଲାଉଥିବା ଏହି ନେତା ବୁଜଙ୍କ ନୀତି ଆର୍ଦଶକୁ ଜଳାଞ୍ଜଳୀ ଦେଇ ବିଜେପିରେ ମିଶିଲେ । ସେଠି ଯାଇ ବି ବିଜେଡି ଓ ନବୀନଙ୍କ ବିରୋଧରେ ବହୁତ ଗର୍ଜିଲେ । ହେଲେ ଏବେ ତାଙ୍କ ଗର୍ଜନ କଣ କଥା ଶୁଣିବାକୁ ବି ଲୋକ ନାହାଁନ୍ତି ।

ବିଜେପିରେ ମିଶିବା ପାଇଁ କନକ ବର୍ଦ୍ଧନ ସିଂହଦେଓ ଓ ନିଜେ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ସହ କଥା ହୋଇଥିଲେ । ସେ ବିଜେପି ପାଇଁ ବିଭିନ୍ନ ଅଂଚଳରେ ଜୋରସୋର ପ୍ରଚାର ମଧ୍ୟ କରିଥିଲେ । ହେଲେ ନିଜକୁ ତିସମାରଖା ଭାବୁଥିବା ଦାମୋଦର ନିଜ ନିର୍ବାଚନମଣ୍ଡଳୀରେ ଜିତିପାରିଲେନି । ବରଂ ତାଙ୍କ ପୁଅ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହେଲେ । ରାଜ୍ୟ ବିଜେପି ନେତାମାନେ ତା ପରଠାରୁ ଆଉ ଦାମ ରାଉତଙ୍କ ଫୋନ ଧରୁନାହାଁନ୍ତି । ଫଳରେ ସେ ଏବେ ନିଜ ଖବରକାଗଜ ଅଫିସରେ ସମୟ କାଟୁଛନ୍ତି ।

Share

Leave a Reply

Your email address will not be published. Required fields are marked *

three + 14 =