ହସ୍ପିଟାଲରେ ସମ୍ବିତ ପାତ୍ର !

ନୂଆଦିଲ୍ଲୀ() ବିଜେପି ମୁଖାପାତ୍ର ସମ୍ବିତ ପାତ୍ରଙ୍କ ଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଛି । ଯେଉଁଥି ପାଇଁ ସେ ଗୁରୁଗାଓଁସ୍ଥିତ ଏକ ବେସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ କରୋନାର ବିଭିନ୍ନ ଲକ୍ଷଣ ତାଙ୍କ ଠାରେ ପରିଲକ୍ଷିତ ହୋଇଥିଲା । ଏନେଇ ସବିଶେଷ ତଥ୍ୟ ଏଯାବତ ହସ୍ତଗତ ହୋଇପାରିନାହିଁ । ଗୁରୁଗାଓଁର ମେଦାନ୍ତ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସମ୍ବିତଙ୍କୁ ଡାକ୍ତରମାନେ ଚିକିତ୍ସା କରୁଛନ୍ତି । ବିଜେପିର ଜାତୀୟ ମୁଖପାତ୍ରଭାବେ ସେ ଦେଶରେ ବେଶ ପରିଚିତି ହାସଲ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

two + one =