ଭକ୍ତର ଘରେ ପହଞ୍ଚିବେ ଭଗବାନ …

ଭୁବନେଶ୍ୱର : ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭଲ ପାଏ । ସେ ତାଙ୍କର ଭବବାନ, ସବୁକିଛି । ତାଙ୍କ ବିନା ତା ଜୀବନ ବ୍ୟର୍ଥ । ଦିନେ କି ଦୁଇ ଦିନ ନୁହେଁ, ଆଜକୁ ୧୮ ବର୍ଷ ହେବ ସେ ତାଙ୍କୁ ଭଲ ପାଉଛି । ଏଥିଲାଗି ବେସରକରୀ ଚାକିରୀ ଚାଡ଼ିଛି , ବିରୋଧୀଙ୍କ ଠାରୁ ମାଡ଼ ଖାଇଛି । ହେଲେ ତଥାପି ସେ ତା ଭଗବାନଙ୍କୁ ଚାଡ଼ିନାର୍ହି । ଏକଥା କେଉର୍ ଫିଲ୍ମର ଡ଼ାଇଗଲ ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡ଼ିଶାର ସବୁଠାରୁ ବଡ଼ ଫ୍ୟାନ ବରଗଡ଼ର ଖଗେଶ୍ୱରଙ୍କର । ଦେହରେ ଶଙ୍ଖ ଚିହ୍ନର ପୋଷାକା ଓ ହାତରେ ବିଜେଡ଼ି ପତକା ଧରି ସବୁବେଳେ ନବୀନଙ୍କ ପାଖେ ପାଖେ ସେ ଥାଆନ୍ତି ।

ସେ କୋରାପୁଟ, ବାଲେଶ୍ୱର କି ଯାଜପୁର ସଭା ହେଉ ଅବା ସମ୍ବଲପୁର, ବଗରଡ଼ କି ବଲାଙ୍ଗୀର ସଭା । ସବୁଠି କଳେବଳେ କୌଶଳେ ପହଞ୍ଚିଯାଆନ୍ତି ଖଗେଶ୍ୱର । ନିଜର ଭଗବାନ ନବୀନଙ୍କୁ ଦେଖିବା ପାଇଁ । ଏପିରିକି ୨୦୧୯ ସାଧାରଣ ନିର୍ବାଚନରେ ଖଗେଶ୍ୱର ଯେତେବେଳେ ପୁରା ବିଜେଡ଼ି ଡ଼୍ରେସରେ ନବୀନଙ୍କୁ ଦେଖିବା ପାଇଁ ସଭାସମିତିକୁ ଯାଆନ୍ତି ସେତେବେଳେ ସେ ପୋଲିସ ବାବୁଙ୍କ ଠାରୁ ଆରମ୍ଭ କରି କୁଜି ନେତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଠାରୁ ଗାଳି ଖାଆନ୍ତି । ଏମିତିକ ଦିନେ ଖୋର୍ଧାରେ ଅନ୍ୟ ଦଳର ସମାବେଶ ଚାଲିଥିବା ବେଳେ ଖଗେଶ୍ୱର ସେଠାରେ ପହଞ୍ଚିବାରୁ ତାକୁ ବହୁତ ମାଡ଼ ଖାଇବାକୁ ପଡ଼ିଥିଲା । ଘର ଦ୍ୱାରା କିଛିି ରାଜଧାନୀରେ ନଥିବା ସାଙ୍ଗକୁ ରୋଜଗାର ନଥିବାରୁ ସେ ବହୁତ କଷ୍ଟରେ ଜୀବନ କାଟୁଥିଲା ନିଜ ଭଗବାନ ନବୀନଙ୍କୁ ଟିକେ ଦେଖିବା ପାଇଁ ଓ ବିଜେଡ଼ିର ଜୟଗାନ କରିବା ପାଇଁ । ଗଣମାଧ୍ୟମରେ ଖଗେଶ୍ୱର କଥା ସାମ୍ନାକୁ ଆସିବା ପରେ ବିଜେଡ଼ି ନେତା ଓ ସାଧାରଣରେ ଖଗେଶ୍ୱର ପ୍ରତି ସେହ୍ନ ଓ ଭଲ ପାଇବା ବଢିଲା ।

ଏହାରି ଭିତରେ ଖଗେଶ୍ୱର ବହୁତ ଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି କଥା ହୋଇଛି । ଏପରିକି ନିକଟରେ ସେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବରଗଡ଼ର ଜିଲ୍ଲାରେ ନିଜ ଘରକୁ ଯିବା ପାଇଁ ଅନୁରୋଧ କରିଛି । ନବୀନ ମଧ୍ୟ ବିଜେପୁର ଉପ-ନିର୍ବାଚନ ସମୟରେ ଖଗେଶ୍ୱର ଘରକୁ ଯିବେ ବୋଲି କହିଥିବା ଖଗେଣ୍ୱର କହିଛି । ଯାହାକୁ ନେଇ ସେ ବେଶ ଉତ୍ସାହିତ । ଏବେ ନବୀନ ଦିଲ୍ଲୀରେ । ନବୀନଙ୍କ ସଙ୍ଗେ ସଙ୍ଗେ ତାଙ୍କର ସବୁଠାରୁ ବଡ଼ ଫ୍ୟାନ ଖଗେଶ୍ୱର ମଧ୍ୟ ଦିଲ୍ଲୀରେ । ସେଠାରେ ସେ ନବୀନ ଓ ବିଜେଡ଼ିର ଜୟଗାନ କରୁଛି । ଗୋଟେ ବ୍ୟକ୍ତି ଘର ସଂସ୍କାର ଛାଡ଼ି ନବୀନଙ୍କ ପ୍ରେମରେ ପଡ଼ି ସବୁକିଛି ଭୂଲିଯିବା ସବୁଠାରୁ ଆଚର୍ଯ୍ୟର ଘଟଣା । ଏବେ ଲୋକେ ଜାଣିଗଲେଣୀ ଯେଉଁଠି ନବୀନ, ସେଇଠି ଖଗେଶ୍ୱର । କହିବାକୁ ଗଲେ ଖଗେଶ୍ବର ପାଇଁ ନବୀନ ଭଗବାନ ରାମ ଓ ସେ ତାଙ୍କ ହନୁମାନ ।

Share

Leave a Reply

Your email address will not be published. Required fields are marked *

8 − 5 =