ଦାମଙ୍କୁ ଘେରିଲା ବିଜେଡି

ଦାମଙ୍କ ବିରୋଧରେ ଉଠିଲା ଦୁର୍ନୀତିର ଅଭିଯୋଗ

ଭୁବନେଶ୍ବର () ବିଜେଡିରୁ ବହିଷ୍କୃତ ହୋଇଥିବା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ କ୍ରାମଗତ ଭାବେ ସରକାର ବିରୋଧରେ କରୁଥିବା ଦୁର୍ନୀତି ଅଭିଯୋଗର ଜବାବ ଦେବାକୁ ଆଜି ବିଧାନସଭାରେ ଶାସକ ଦଳର ବରିଷ୍ଠ ନେତାମାନେ ତାଙ୍କୁ ଘେରିଛନ୍ତି । ଦାମଙ୍କ ବିରୋଧରେ ଉଠିଛି ଦୁର୍ନୀତି, ପ୍ରିୟାପ୍ରିତି ତୋଷଣ ଏବଂ ନିଜ ପଦର ଦୁରୁପଯୋଗ ଅଭିଯୋଗ । ବିଜେଜିର ବରିଷ୍ଠ ନେତା ତଥା ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ତାଙ୍କ ଉପରେ ଦୁର୍ନୀତି ଅଭିଯୋଗ ଆଣିବା ସହ ଦାମଙ୍କ ନୀତି ନୈତିକତା ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ ସିଧାସଳଖ ଆକ୍ଷେପ କରିଛନ୍ତି ଯେ, ଦାମ ରାଉତ ଜଣେ ଦୋମୁହାଁ ଲୋକ, ତାଙ୍କ ତୁଣ୍ଡରେ ବାଡ ବତା ନାହିଁ । ସେ ମନ୍ତ୍ରୀ ଥିବା ସମୟରେ ନିଜ ପଦର ଦୁରୁପଯୋଗ କରିଛନ୍ତି ।

ଦାମ ରାଉତ ମନ୍ତ୍ରୀ ଥିବା ସମୟରେ ରାଉଲକେଲାରୁ ସ୍ଥାନାନ୍ତରିତ ହୋଇଥିବା କ୍ଷୁଦ୍ର ଶିଳ୍ପ ସହକାରୀ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପାରାଦ୍ବୀପରେ ତାଙ୍କ ଜ୍ବାଇଁଙ୍କ ଘରେ ଭଡାରେ ଚାଲିଛି । ଏଥିପାଇଁ ଦାମ ରାଉତ ନିଜ ପଦର ଚାପ ପ୍ରୟୋଗ କରିଥିଲେ । ସେହିପରି ଇଫକୋ ସାର କାରଖାନାକୁ ଧମକ ଦେଇ ତାଙ୍କର ସମସ୍ତ ଟ୍ରକ ଦାମ ରାଉତଙ୍କ ପୁଅଙ୍କ ମାଲିକାନାରେ ଥିବା ପରିବହନ କମ୍ପାନୀ ଜରିଆରେ ପରିଚାଳିତ ହେଉଛି ବୋଲି ସୂର୍ଯ୍ୟ ପାତ୍ର ଅଭିଯୋଗ କରିଛନ୍ତି ।

ଦାମୋଦର ରାଉତ ମନ୍ତ୍ରୀ ଥିବା ସମୟରେ ଯଦି ତାଙ୍କ ବିଭାଗର କୌଣସି ଅଫିସର ଦୁର୍ନୀତି କରିଥିଲେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ତାଙ୍କର ସାମ୍ବିଧାନିକ ଅଧିକାର ଥିଲା । ଯଦି କେହି ଅଫିସର ଦୁର୍ନୀତି କରିଥିଲେ, ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇପାରିଥାନ୍ତେ । କିନ୍ତୁ ମନ୍ତ୍ରୀ ପଦ ଲୋଭରେ ସେ ସମୟରେ ଚୁପ ରହି ଏବେ କାହିଁକି କହୁଛନ୍ତି । ଯଦି ତାଙ୍କ କଥା ଅଫିସର ଶୁଣୁନଥିଲେ ସେ ମନ୍ତ୍ରୀପଦରୁ ଇସ୍ତଫା ନେଦେଇ କାହିଁକି ଚାଟୁଥିଲେ ବୋଲି ସୂର୍ଯ୍ୟ ପ୍ରଶ୍ନ କରିଛନ୍ତି । ଏପରିକି ଯୁବ ନେତାଙ୍କୁ କାହିଁକି ଦାମ ନିଜ ରାଜନୈତିକ ଆକ୍ରମଣର ଅସ୍ତ୍ର କରୁଛନ୍ତି, ସତସାହସ ଥିଲେ ତାଙ୍କ ଭଳି ବରିଷ୍ଠ ନେତାଙ୍କୁ ଆକ୍ରମଣ କରନ୍ତୁ ବୋଲି ସୂର୍ଯ୍ୟ ଆହ୍ବାନ ଦେଇଛନ୍ତି ।

ସେହିଭଳି ଦାମ ରାଉତ ଅବକାରୀ ମନ୍ତ୍ରୀ ଥିବା ସମୟରେ 93ଟି ମଦ ଦୋକାନକୁ ଲାଇସେନ୍ସ ଦେଇଛନ୍ତି । ସେ ମଧ୍ୟରୁ କେବଳ 8ଟି ହେଉଛି ଜଗତସିଂହପୁରରେ ଏବଂ 3ଟି ପାରାଦ୍ବୀପ ଅଂଚଳରେ । ଏହିସବୁ ମଦ ଦୋକାନ ଖୋଲିବା ପାଇଁ ସ୍ଥାନୀୟ ପ୍ରଶାସନ ନକରାତ୍ମକ ରିପୋର୍ଟ ଦେଇଥିଲେ ବି ଦାମ ରାଉତ ନିଜ ପଦର ଅପବ୍ୟବହାର କରି ସେହିସବୁ ମଦ ବ୍ୟବସାୟୀଙ୍କୁ ଲେଇନ୍ସ ଦେଇଛନ୍ତି । ଏହାର ତଦନ୍ତ ହେବା ଆବଶ୍ୟକ ବୋଲି ସେ ଶୂନ୍ୟକାଳ ଦାବି କରିଛନ୍ତି ବିଧାୟକ ସମୀର ଦାସ ।

Share

Leave a Reply

Your email address will not be published. Required fields are marked *

twelve + seven =