୨୧ରୁ ମାଓବାଦୀଙ୍କ ପ୍ରତିଷ୍ଠା ଦିବସ

ପ୍ରତିଷ୍ଠା ଦିବସ ପାଳନ କରିବ ମାଓ ସଙ୍ଗଠନ । ଏନେଇ ପୋଷ୍ଟର ମାଧ୍ୟମରେ ସଙ୍ଗଠନ ଆହ୍ୱାନ କରିଛି । ଏପରି କି ଟ୍ରେନରେ ବିଭିନ୍ନ ପୋଷ୍ଟର ଲଗାଇ ଏହି ଦିବସକୁ ପୂର୍ଣ୍ଣ ସମର୍ଥନ କରିବା ପାଇଁ ଜନ ସାଧାରଣଙ୍କୁ ଆହ୍ୱାନ କରିଛି । ସୂଚନାନୁସାରେ, ପ୍ରତିବର୍ଷ ସେପ୍ଟେମ୍ବର ୨୧ରୁ ୭ ଦିନ ଧରି ମାଓବାଦୀମାନେ ପ୍ରତିଷ୍ଠା ଦିବସ ପାଳନ କରିଥାନ୍ତି । କିନ୍ତୁ ଚଳିତ ଥର ଟ୍ରେନରେ ପୋଷ୍ଟର ମାରି ନିଜର ସ୍ଥିତି ଜାହିର କରି ପ୍ରଶାସନକୁ ଚ୍ୟାଲେଞ୍ଜ ଦେଇଛି ସଙ୍ଗଠନ । ଚକ୍ରଧରପୁର ଦେଇ ଆସୁଥିବା ସମସ୍ତ ଟ୍ରେନରେ ଏପରି ପୋଷ୍ଟର ଦେଖିବାକୁ ମିଳିଛି । ତେବେ ଘଟଣାର ସମ୍ବେଦନଶୀଳତାକୁ ଦେଖି ପୋଲିସ ତରଫରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।

Share

Leave a Reply

Your email address will not be published. Required fields are marked *

10 + nine =